ଓଡିଶା

odisha

ETV Bharat / bharat

Pegasus controversy: ଏତଲା ସହ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା - ପେଗାସସ ଗୁପ୍ତଚରି ମାମଲା

ପେଗାସସ ମାମଲାରେ ପୁଣି ତେଜିବାରେ ଲାଗିଛି ବିବାଦ । ଭାରତ-ଇସ୍ରାଏଲ ଚୁକ୍ତି ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସର୍ବୋଚ୍ଚ କୋର୍ଟରେ ପୁଣି ଦାଖଲ ହେଲା ନୂଆ ମାମଲା । ଏତଲା ପଞ୍ଜିକରଣ ସହ ତଦନ୍ତ ନିର୍ଦ୍ଦେଶ ଦେବାକୁ ପିଟିସନରେ ଦାବି । ଅଧିକ ପଢନ୍ତୁ

Pegasus controversy: ଏତଲା ସହ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ନୂଆ ମାମଲା
Pegasus controversy: ଏତଲା ସହ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ନୂଆ ମାମଲା

By

Published : Jan 30, 2022, 7:42 PM IST

ନୂଆଦିଲ୍ଲୀ:କିଛିଦିନର ବ୍ୟବଧାନ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ପେଗାସସ୍ ଗୁପ୍ତଚରୀ ପ୍ରସଙ୍ଗ । ଭାରତ ଇସ୍ରାଏଲ ଠାରୁ ଏହି ଗୁପ୍ତଚର ସଫ୍ଟଓ୍ବେର ସିଷ୍ଟମ କ୍ରୟ କରିଥିବା ନେଇ ଆମେରିକାର ଏକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ଏହି ବହୁଚର୍ଚ୍ଚିତ ମାମଲାରେ ବିବାଦ ଆରମ୍ଭ ହେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ।

ଆଇନଜୀବୀ ଏମ.ଏଲ୍ ଶର୍ମା ସର୍ବୋଚ୍ଚ କୋର୍ଟରେ ପିଟିସନ ଦାୟର କରିବା ସହ ଘଟଣାରେ ଏତଲା ପଞ୍ଜିକରଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାଖଲ ପିଟିସନରେ ଦର୍ଶାଇଛନ୍ତି । ତେବେ ଏହି ସଫ୍ଟଓ୍ବେର ନେଇ କ୍ରୟ ଚୁକ୍ତି ପାଇଁ ସଂସଦ ପକ୍ଷରୁ ଅନୁମୋଦନ ହୋଇ ନଥିବା ବେଳେ ଏହାକୁ ବାତିଲ କରିବା ଓ ଅର୍ଥରାଶି ଫେରସ୍ତ ନେଇ ମଧ୍ୟ ପିଟିସନରେ ମଧ୍ୟ ଦର୍ଶାଇଛନ୍ତି ଆବେଦନକାରୀ । ସେହିପରି ଜନସାଧାରଣଙ୍କ ପାଣ୍ଠିର ଅପବ୍ୟବହାର ପାଇଁ ଦାୟୀ ସଂସ୍ଥା ବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ ମଧ୍ୟ କରିଛନ୍ତି ମାମଲାର ମୁଖ୍ୟ ଆବେଦନକାରୀ ଆଇନଜୀବୀ ଶର୍ମା ।

2021 ମସିହା ଜୁଲାଇରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ଦଳର ନେତା ଏହି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ । ଏହି ଗୁପ୍ତଚର ସଫ୍ଟଓ୍ବେର ବ୍ୟବହାର କରି କିଛି ପ୍ରମୁଖ ରାଜନୈତିକ ଦଳର ନେତା, ସାମ୍ବାଦିକ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଉପରେ ସରକାର ଗୁପ୍ତଚରୀ କରିଥିବା ଅଭିଯୋଗ କରିଥିଲେ ବିରୋଧୀ । ସେତେବେଳେ ଏହି ପ୍ରସଙ୍ଗ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ବେଳେ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details