ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ । ଇସ୍ରାଏଲ ସ୍ପାଏୱେର ପେଗାସସ୍(Israeli Spyware Pegasus) ବ୍ୟବହାର କରାଯାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସହ ଦେଶର ବଡ଼ ବଡ଼ ସାମ୍ବାଦିକ ଓ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।
ଏହାକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ, "ମୁଁ ଜାଣିଛି ଆପଣ ଆପଣଙ୍କ ଫୋନରେ ଆମ ବିଷୟରେ କଣ ସବୁ ପଢ଼ୁଛନ୍ତି ।" ଏଭଳି କହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେରଚ୍ଛା ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏହାର ଏକ ନିରପେକ୍ଷ ଯାଞ୍ଚ କରିବାକୁ ଦାବି କରିଛି କଂଗ୍ରେସ ।
ଏକ ରିପୋର୍ଟ ମୁତାବକ ପ୍ରାୟ ୩୦୦ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପ କରାଯାଉଛି । ତେବେ ଏହାକୁ ଖଣ୍ଡନ କରିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଂଗ୍ରେସ ପାଖରେ ଏଜେଣ୍ଡା ନଥିବାରୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛି ବୋଲି କହିଛି ବିଜେପି ।