କୋଲକାତା:ପେଗାସସ ଆଶଙ୍କା । କିଛିଦିନର ବ୍ୟବଧାନ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ପେଗାସସ୍ ଗୁପ୍ତଚରୀ ପ୍ରସଙ୍ଗ । ବହୁଚର୍ଚ୍ଚିତ ମାମଲାରେ ବିବାଦ ଆରମ୍ଭ ହେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପେଗାସସକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶଙ୍କା । ଏ ନେଇ ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସଚିବାଳୟର ସୁତ୍ର ଅନୁସାରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଏବଂ ସଚିବଙ୍କ ଅଧିକାରୀଙ୍କ କାମ ଏବଂ ମେସେଜ କରିବା ପାଇଁ ଆଇଫୋନ ବ୍ୟବହାର କରନ୍ତୁ ବୋଲି କୁହାଯାଇଛି ।
ଦେଶରେ ନିକଟରେ ଜାସୁସି ଅଭିଯୋଗକୁ ନଜରରେ ରଖି ଅପରେଟିଙ୍ଗ ସିଷ୍ଟମ ଉପରେ ଭରସା କରି ପାରୁନାହିଁ ରାଜ୍ୟ ସଚିବାଳୟ । ଏ ନେଇ ଅପଲ ଅପରେଟିଙ୍ଗ ସିଷ୍ଟମ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏ ଗାଇଡଲାଇନ ଟିକେ ଅଲଗା ଲାଗୁଥାଇ ପାରେ କିନ୍ତୁ ପ୍ରଶାସନିକ ଅଧିକାରୀ ଏ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ନିଶ୍ଚିନ୍ତ । ପୂର୍ବ ବର୍ଷ ହଲଚଲ ସୃଷ୍ଟି କରିଥିବା ପେଗାସସ ବିବାଦ ରାଜନୀତି ଉପରେ ପ୍ରଭାବ ପକାଇଥିଲା । ଫୋନ ହ୍ୟାକକୁ ନେଇ ଜାତୀୟ ରାଜନୈତିକ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ସଫ୍ଟୱେର ପେଗାସସର ଉପଯୋଗ କରି ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ, ପ୍ରାଶନ୍ତ କିଶୋରଙ୍କ ଭଳି ରାଜନେତାଙ୍କ ଫୋନ ହ୍ୟାକ କରାଯାଉଛି । ସେହି ସମୟରେ ମାମତା ବାନାର୍ଜୀ ତାଙ୍କ ଫୋନରେ ସେଲୋ ଟେପ ଲଗାଇ ପ୍ରେସ କନଫରେନ୍ସ କରୁଥିବା ଦେଖିବାକୁ ମିଳିଥିଲା । ପରେ ଜନସଭାକୁ ଯିବା ସମୟରେ ହାତରେ ଫୋନ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହାଛଡା ସରକାରୀ କାର୍ଯ୍ୟକ୍ରମଠୁ ନେଇ ଦଳୀୟ ବୈଠକରେ ମଧ୍ୟ କହିଥିଲେ ହ୍ବାଟ୍ସଅପ କଲ ମଧ୍ୟ ସୁରକ୍ଷିତ ନୁହେଁ ।