ନୂଆଦିଲ୍ଲୀ:ରାତି ପାହିଲେ ଦେଶ ପାଳିବ ସ୍ବାଧିନତାର ସ୍ବର୍ଣ୍ଣିମ ୭୫ ବର୍ଷ । ଏହାକୁ ସ୍ମରଣୀୟ ସ୍ବତନ୍ତ୍ର କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଯାହା ଦେଶବ୍ୟାପୀ ୭୫ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯିବ । ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁସାରେ ଆଜି (ଶନିବାର) ନୂଆଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏକ ସାଇକେଲ ଚାଳନା ଶୋଭାଯାତ୍ରା । ଯାହାର ସ୍ଲୋଗାନ ରହିଛି 'ପେଡାଲ ଫର ହେଲଥ' । ଏହି ସାଇକେଲ ଶୋଭାଯାତ୍ରା ଧ୍ୟାନଚାନ୍ଦ ଷ୍ଟାଡିୟମରୁ ଆକବର ରୋଡ ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଓ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିତ ପ୍ରାମାଣିକ ଯୋଗ ଦେଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାର ସାଇକେଲ ଆରୋହି, ବିଭିନ୍ନ ସ୍ବଚ୍ଛାସେବି ସଂଗଠନ, ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।