ଓଡିଶା

odisha

ETV Bharat / bharat

Ukraine-Russia Peace talks: ପୁଣି କଥାବାର୍ତ୍ତା ଆରମ୍ଭ କଲେ ଋଷ-ୟୁକ୍ରେନ - ଋଷର ୟୁକ୍ରେନ ଆକ୍ରମଣ ଘଟଣା

ତୁର୍କୀର ଇସ୍ତାନବୁଲରେ ଆରମ୍ଭ ହେଲା ଋଷ-ୟୁକ୍ରେନ କଥାବାର୍ତ୍ତା । ପୂର୍ବ ପର୍ଯ୍ୟାରେ ମିଳିନି କୌଣସି ସକରାତ୍ମକ ଫଳାଫଳ । ତୁର୍କୀର ହସ୍ତକ୍ଷେପ ପରେ ଚଳିତ ଆଲୋଚନା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

Ukraine-Russia Peace talks: ପୁଣି କଥାବାର୍ତ୍ତା ଆରମ୍ଭ କଲେ ଋଷ ଓ ୟୁକ୍ରେନ
Ukraine-Russia Peace talks: ପୁଣି କଥାବାର୍ତ୍ତା ଆରମ୍ଭ କଲେ ଋଷ ଓ ୟୁକ୍ରେନ

By

Published : Mar 29, 2022, 5:49 PM IST

କିଭ: ଜାରି ରହିଥିବା ଆକ୍ରମଣ ଓ ବୋମାମାଡ ମଧ୍ୟରେ ଆଜି ପୁଣି କଥାବାର୍ତ୍ତା ଆରମ୍ଭ କରିଛନ୍ତି ଋଷ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳୀ । ଆଜି (ମଙ୍ଗଳବାର) ତୁର୍କୀର ଇସ୍ତାନବୁଲରେ ଏହି ଆଲୋଚନା ଆରମ୍ଭ ରହିଛି । ଋଷ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଆଲେକଡାଣ୍ଡାର ଫେମିନ ଋଷ ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ବେଳେ ୟୁକ୍ରେନୀୟ ପ୍ରତିନିଧୀ ମଣ୍ଡଳୀର ନେତୃତ୍ବ ନେଉଛନ୍ତି ଡାଭିଡ ଆର୍ଖାମିଆ । କଥାବାର୍ତ୍ତା ଆରମ୍ଭ ହୋଇସାରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ୟୁକ୍ରେନ ଦୂତାବାସ ପକ୍ଷରୁ ମଧ୍ୟ କଥାବାର୍ତ୍ତା ଆରମ୍ଭ ହୋଇସାରିଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ୟୁରୋପୀୟ ଦେଶ ତୁର୍କୀର ରାଷ୍ଟ୍ରପତି ରିସେପ ତାଇପ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଟେଲିଫୋନରେ କଥା ହେବା ସହ ଶାନ୍ତି ଆଲୋଚନା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଋଷ ମଧ୍ୟ ତୁର୍କୀରେ ପରବର୍ତ୍ତୀ ପର୍ଯ୍ୟାୟ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଥିବା କୁହାଯାଉଛି । ଫଳରେ ଇସ୍ତାନବୁଲରେ ଆଜି ପୁଣି ଆଲୋଚନା ଟେବୁଲରେ ଏକାଠି ହୋଇଛନ୍ତି ଉଭୟ ପକ୍ଷ ।

ଫେବୃଆରୀ ୨୪ ତାରିଖରେ ଋଷ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଉଭୟ ଦେଶ ମଧ୍ୟରେ ଏକାଧିକ ପର୍ଯ୍ୟାୟର କଥାବାର୍ତ୍ତା ହୋଇସାରିଛି । ତଥାପି ଯୁଦ୍ଧ ବନ୍ଦ ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ସମମତି ପ୍ରକାଶ ପାଇପାରିନାହିଁ । ତେବେ ଯୁଦ୍ଧ ଅବଧି ବଢୁଥିବାବେଳେ ଦୁଇ ଦେଶ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବାରେ ଲାଗିଛନ୍ତି । ମାନବୀୟ ସଙ୍କଟ ସହ ଖାଦ୍ୟାଭାବ ମଧ୍ୟ ଦେଖାଯିବା ଆରମ୍ଭ ହେଲାଣି । ଏପରି ସ୍ଥଳେ ଯୁଦ୍ଧ ବନ୍ଦ କରିବା ନେଇ ଉଭୟ ସହମତ ହୋଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details