ଶ୍ରୀନଗର: ଆତଙ୍କାବାଦ ସଂଗଠନ ସହ ସମ୍ପର୍କ ଅଭିଯୋଗରେ ଗିରଫ ହୋଇଥିବା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ 15 ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ସୁରକ୍ଷା ଏଜେନ୍ସି (NIA) । ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଅଭିଯୋଗରେ ପର୍ରାକୁ ବୁଧବାର ଗରିଫ କରିଥିଲା ଏନଆଇଏ ।
PDP ନେତା ୱାହିଦଙ୍କୁ 15 ଦିନିଆ ରିମାଣ୍ଡରେ ନେଲା NIA - Waheed Parra
ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ 15 ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ସୁରକ୍ଷା ଏଜେନ୍ସି (NIA) ।
ଏନଆଇଏ ପର୍ରାକୁ ସୋମବାର ଦିଲ୍ଲୀ ମୁଖ୍ୟାଳୟରେ ପଚାରାଉଚରା କରିଥିଲା । ନିକଟରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲା ପର୍ରା । କେବଳ ଏତିକି ନୁହେଁ ନିକଟରେ ହୋଇଥିବା ଗୁପକାର ବୈଠକରେ ମଧ୍ୟ ସେ ସାମିଲ ହୋଇଥିବା ଜଣାପଡିଛି ।
ପର୍ରା ଜମ୍ମୁ କାଶ୍ମୀରର ନିଲମ୍ବିତ ଡିଏସପି ଦଭିନ୍ଦର ସିଂ ଆତଙ୍କବାଦ ମାମଲା ସହ ଜଡିତ ଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ପର୍ରାର ଗିରଫ ହୋଇଥିବା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନିବିଦ ବାବୁ ଓ ତା ସହଯୋଗୀ ଇରଫାନ ମୀର ସହ ସମ୍ପର୍କ ଥିବା ଅଭିଯୋଗ ରହିଛି । ଦ୍ବିତୀୟ ଦିନରେ ପଚରାଉଚରା ବେଳେ ଦବନ୍ଦର ସିଂ ମାମଲାର ଟଙ୍କା ନେଣଦେଣ ଦିଗ ସମ୍ପର୍କରେ ଏନଆଇଏ ପର୍ରାକୁ ପ୍ରଶ୍ନ କରିଥିଲା ।