ଶ୍ରୀନଗର:ବହୁ ଚର୍ଚ୍ଚିତ ହିଜାବ ବିବାଦକୁ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।ଶିକ୍ଷାନୁଷ୍ଠାନମାନଙ୍କରେ ହିଜାବକୁ ଅନୁମତି ମିଳିନାହିଁ । ବିବାଦକୁ ନେଇ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ରାୟକୁ ନେଇ ଅନେକ ରାଜନେତା ପ୍ରତିକ୍ରିୟା ରଖିଛନ୍ତି । ପିଡିପି ସଭାପତି ମେହବୁବା ମୁଫତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ନୈରାଶ୍ୟଜନକ । ଏହା କେବଳ ଧର୍ମ ବିଷୟରେ ନୁହେଁ ସ୍ବାଧୀନତା ଚୟନ ବିଷୟ ସହିତ ଜଡିତ କହିଛନ୍ତି ମେହବୁବା ।
ଟ୍ବିଟ କରି ମେହବୁବା କହିଛନ୍ତି, ଗୋଟିଏ ପଟେ ଆମେ ମହିଳା ସଶକ୍ତିକରଣ କଥା କହୁଛେ ଅନ୍ୟପଟେ ସେମାନଙ୍କ ସାଧାରଣ ଚୟନ ଅଧିକାରରୁ ବାରଣ କରୁଛେ । ଏହା କେବଳ ଧର୍ମ ବିଷୟରେ ନୁହେଁ ସ୍ବାଧୀନତା ଚୟନ ବିଷୟ ସହିତ ଡଡିତ କହିଛନ୍ତି ପିଡିପି ସଭାପତି । ହିଜାବ ନିଷେଧାଦେଶ ରାୟ ଆସିବା ପରେ କେତେଜଣ ଏହାକୁ ସ୍ବାଗତ କରିଥିବାବେଳେ କେତେକ ଏହାକୁ ଗ୍ରହଣ କରିବାକୁ ଅମଙ୍ଗ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ । ସମସ୍ତଙ୍କୁ ଅନୁରୋଧ କରୁଛି କୋର୍ଟଙ୍କ ନିର୍ଦ୍ଦେଶରେ ଯାଆନ୍ତୁ । ଛାତ୍ରଛାତ୍ରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଠପଢିବା ତେଣୁ ସେମାନେ ଏକାଠୀ ହୋଇ ପାଠ ପଢନ୍ତୁ ବୋଲି କହିଛନ୍ତି ଯୋଶୀ ।