ଓଡିଶା

odisha

ETV Bharat / bharat

Paytm ପ୍ରତିଷ୍ଠାତା ବିଜୟ ଶେଖରଙ୍କୁ ମିଳିଲା ଜାମିନ, ଦୁର୍ଘଟଣା ଘଟାଇ ହୋଇଥିଲେ ଗିରଫ - ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଗିରଫ

Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ( paytm founder vijay shekhar sharma) ଗିରଫ । ଜଣେ ପୋଲିସ କର୍ମଚାରୀଙ୍କ ଗାଡ଼ିକୁ ଧକ୍କା ଦେବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

Paytm founder Vijay Shekhar Sharma was arrested and later released on bail
Paytmପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଗିରଫ

By

Published : Mar 13, 2022, 12:41 PM IST

Updated : Mar 13, 2022, 1:05 PM IST

ନୂଆଦିଲ୍ଲୀ: Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ( paytm founder vijay shekhar sharma) ଗିରଫ । ଜଣେ ପୋଲିସ କର୍ମଚାରୀଙ୍କ ଗାଡ଼ିକୁ ଧକ୍କା ଦେବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଛି।

ସୂଚନା ମୁତାବକ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳ ନିକଟ ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଜୟ ଶେଖର ଶର୍ମା ଦିଲ୍ଲୀ ପୋଲିସ କର୍ମଚାରୀଙ୍କ କାରକୁ ଧକ୍କା ଦେଇଥିଲେ। ତେବେ ଏହି ଘଟଣାଟି ଗତ ଫେବୃଆରୀ 22 ତାରିଖରେ ଘଟିଥିଲା ​​|

ପୋଲିସ ଅଧିକାରୀଙ୍କ କହିବା ମୁତାବକ,ଏହି ଘଟଣା ପରେ ବିଜୟ ଶେଖର ଶର୍ମା ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ। ଯେଉଁ ଗାଡ଼ିକୁ ବିଜୟ ଧକ୍କା ଦେଇଥିଲେ, ସେହି ଗାଡ଼ିଟି ଦିଲ୍ଲୀର ଦକ୍ଷିଣ ଡିସିପିଙ୍କ ଗାଡ଼ି ହୋଇଥିବା ଜଣାପଡ଼ିଛି। ତାଙ୍କ ଡ୍ରାଇଭର ପେଟ୍ରୋଲ ଭରିବା ପାଇଁ ଗାଡ଼ିକୁ ନେଇ ଯାଉଥିଲେ। ତେବେ ସେହି ଦୁର୍ଘଟଣାରେ କେହି ଆହତ ହୋଇନଥିଲେ।

@ANI

Last Updated : Mar 13, 2022, 1:05 PM IST

For All Latest Updates

ABOUT THE AUTHOR

...view details