ଓଡିଶା

odisha

ETV Bharat / bharat

ଭଙ୍ଗା ଟ୍ରାକରେ 10କିମି ଗଡ଼ିଲା ପବନ ଏକ୍ସପ୍ରେସ, ଟଳିଲା ବଡ଼ ବିପଦ - ବିହାର ଖବର

ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାର ମୁଜ୍ଜଫରପୁର-ହାଜିପୁର ରେଳ ଲାଇନରେ ଭଙ୍ଗା ରେଳ ଟ୍ରାକରେ ଦୀର୍ଘ 10 କିମି ଗଡିଲା ପବନ ଏକ୍ସପ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 2, 2023, 10:31 PM IST

ଭଙ୍ଗା ଟ୍ରାକରେ 10କିମି ଗଡ଼ିଲା ପବନ ଏକ୍ସପ୍ରେସ, ଟଳିଲା ବଡ଼ ବିପଦ

ପାଟନା:ବିହାର ବୈଶାଳୀରେ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବୈଶାଳୀ ଜିଲ୍ଲା ମୁଜ୍ଜଫରପୁର-ହାଜିପୁର ରେଳ ଲାଇନରେ ଭଙ୍ଗା ରେଳ ଟ୍ରାକରେ ଦୀର୍ଘ 10 କିମି ଗଡିଲା ପବନ ଏକ୍ସପ୍ରେସ । ହେଲେ ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିନାହିଁ । ଟ୍ରେନର ପ୍ରାୟ 11ଟି ବଗି ଏହି ଭଙ୍ଗା ଟ୍ରାକ ଉପରେ ଗଡ଼ି ଭଗବାନପୁର ଷ୍ଟେସନରେ ପହଞ୍ଚିଥିଲା । ଏ ସମ୍ପର୍କରେ ଖବର ମିଳିବା ପରେ ସଙ୍ଗେସଙ୍ଗେ ଭଙ୍ଗା ଟ୍ରାକ ମରାମତି କରାଯାଇଥିଲା । ଫଳରେ ଭଗବାନପୁର ଷ୍ଟେସନ ନିକଟରେ ପ୍ରାୟ 1 ଘଣ୍ଟା ଅଟକିଥିଲା ଟ୍ରେନ ।

ପବନ ଏକ୍ସପ୍ରେସ ଜୟନଗରରୁ ଲୋକମାଣ୍ୟ ତିଳକ ଟର୍ମିନାଲ ପର୍ଯ୍ୟନ୍ତ ଯାତ୍ରା କରୁଥିଲା । ଯାତ୍ରୀଙ୍କ କହିବା ଅନୁସାରେ ମୁଜ୍ଜଫରପୁର ଛାଡ଼ିବା ପରେ ହିଁ ଟ୍ରେନ ଚାଲୁଥିବା ସମୟରେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ଏ ସମ୍ପର୍କରେ ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ଟ୍ରେନଟି ଭଗବାନପୁର ଷ୍ଟେସନ ନିକଟରେ ପହଞ୍ଚି ସାରିଥିଲା । ଏହାପରେ ଯାତ୍ରୀମାନେ ଭାବିଥିଲେ ଯେ ହୁଏତ କୌଣସି ତ୍ରୁଟି ଥିବା ସମ୍ପର୍କରେ ପାଇଲଟ ଅବଗତ ହୋଇସାରିଛନ୍ତି । ହେଲେ ପୁଣି ଯେତେବେଳେ ଟ୍ରେନ ଛାଡ଼ିଥିଲା ଏହାପରେ ଯାତ୍ରୀମାନେ ଚେନ୍‌ ଟାଣିଥିଲେ । ତେବେ ଟ୍ରେନ ଅକଟିବା ପରେ ଯାତ୍ରୀମାନେ ଚାଳକଙ୍କୁ ଖବର ଦେଇଥିଲେ ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ରଙ୍ଗିଆଗଡ଼ ନିକଟରେ ଟ୍ରାକ୍‌ରୁ ଖସିଲା ୭ ଚକା

ଏ ନେଇ ଜଣେ ଯାତ୍ରୀ ରାଜେଶ କୁମାର କହିଛନ୍ତି, " ମୁଜ୍ଜଫରପୁର ଷ୍ଟେସନରୁ ଟ୍ରେନ ଛାଡ଼ିଥିଲା । ଟ୍ରେନର ବେଗ ବଢିବା ପରେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ଭଗବାନପୁର ଷ୍ଟେସନ ନିକଟରେ ଗାଡ଼ି ଅଟକିଥିଲା । ଆମେ ତଳକୁ ଓହ୍ଲାଇ ଦେଖିଲା ବେଳକୁ ଟ୍ରେନ ଚକ କ୍ଷତିଗ୍ରସ୍ତ ହୋଇଛି । ହେଲେ ପୁଣି ଟ୍ରେନ ଚାଲିବା ପରେ ଚେନ୍‌ ଟାଣି ଟ୍ରେନକୁ ଅଟକାଇଥିଲୁ । ଏହାପରେ ପାଇଲଟଙ୍କୁ ଖବର ଦେଇଥିଲୁ ।" ଏପଟେ ପୂର୍ବ କେନ୍ଦ୍ରୀୟ ରେଲୱେର ସିପିଆରଓ ବିରେନ୍ଦ୍ର କୁମାର କହିଛନ୍ତି ଯେ ଟ୍ରେନ ଚକ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି । ମରାମତି ଲାଗି ଏକ ଟିମ୍‌କୁ ପଠାଯାଇଛି । ମରାମତି ଯୋଗୁଁ ଭଗବାନପୁରରେ ବହୁ ସମୟ ଟ୍ରେନ ଅଟକିଥିଲା ।

ସୂଚନା ଥାଉ କି ଗତ ଜୁନ 2 ତାରିଖରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ଯେଉଁଥିରେ 293 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 1 ହଜାରରୁ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଦେଶ ସମେତ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏହି ଦୁର୍ଘଟଣା ପରେ ଟ୍ରେନରେ ଯାତ୍ରା କରିବାକୁ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details