ଓଡିଶା

odisha

ETV Bharat / bharat

Good News: ୬୨ ବର୍ଷୀୟା ମହିଳାଙ୍କ ମାଲାୟଲାମ ପରୀକ୍ଷା, ଉଚ୍ଚଶିକ୍ଷା ପାଇଁ ରଖିଛନ୍ତି ଲକ୍ଷ୍ୟ - କେରଳ ଖବର

ବୟସ ୬୨ । କିନ୍ତୁ ଶିକ୍ଷା ପାଇଁ ଥିଲା ଆଗ୍ରହ । ଝିଅ ଓ ନାତିଙ୍କ ସହ ପଢିଲେ ମାଲାୟଲାମ । ପରୀକ୍ଷାରେ କଲେ ଅଂଶଗ୍ରହଣ । ଉଚ୍ଚଶିକ୍ଷା ପାଇଁ ରଖିଛନ୍ତି ଲକ୍ଷ୍ୟ । କେରଳର ଜଣେ ୬୨ବର୍ଷୀୟା ପ୍ରବାସୀ ବୃଦ୍ଧାଙ୍କ ପ୍ରେରଣାଦାୟୀ କାହାଣୀ । ଅଧିକ ପଢନ୍ତୁ

ଶିକ୍ଷା ପାଇଁ ବାଧକ ନୁହେଁ ବୟସ: ୬୨ ବର୍ଷ ବୟସରେ ମାଲାୟାଲାମ ଶିଖି ଦେଲେ ପରୀକ୍ଷା, ଉଚ୍ଚଶିକ୍ଷା ପାଇଁ ରଖିଛନ୍ତି ଲକ୍ଷ
ଶିକ୍ଷା ପାଇଁ ବାଧକ ନୁହେଁ ବୟସ: ୬୨ ବର୍ଷ ବୟସରେ ମାଲାୟାଲାମ ଶିଖି ଦେଲେ ପରୀକ୍ଷା, ଉଚ୍ଚଶିକ୍ଷା ପାଇଁ ରଖିଛନ୍ତି ଲକ୍ଷ

By

Published : Mar 28, 2022, 9:30 PM IST

ଥିରୁଅନନ୍ତପୁରମ୍:ଶିକ୍ଷା ପାଇଁ କୌଣସି ବୟସର ମାପକାଠି ନଥାଏ । ଯଦି ପାଠ ପଢିବା ପାଇଁ ଇଚ୍ଚା ଶକ୍ତି ଅଛି ତେବେ ବୟସ ବାଧକ ନୁହେଁ । ଏପରି ଉକ୍ତି ସର୍ବତ୍ର ଶୁଣିବାକୁ ମିଳୁଥିବାବେଳେ ଏହାକୁ ସତ୍ୟ ପ୍ରମାଣିତ କରିଛନ୍ତି କେରଳର ପବନଥାଇ ନାମକ ଜଣେ 62ବର୍ଷୀୟା ପ୍ରବାସୀ ବୃଦ୍ଧା । ପବନଥାଇ ତାଙ୍କ ଝିଅ ଏବଂ ନାତିଙ୍କ ସହ କେରଳ ସାକ୍ଷରତା ମିଶନର ସାକ୍ଷରତା ପରୀକ୍ଷାରେ ଅଂଶଗ୍ରହଣ କରି ଚର୍ଚ୍ଚାରେ ରହିଛନ୍ତି ।

ଶିକ୍ଷା ପାଇଁ ବାଧକ ନୁହେଁ ବୟସ: ୬୨ ବର୍ଷ ବୟସରେ ମାଲାୟାଲାମ ଶିଖି ଦେଲେ ପରୀକ୍ଷା, ଉଚ୍ଚଶିକ୍ଷା ପାଇଁ ରଖିଛନ୍ତି ଲକ୍ଷ

ପବନଥାଇ ତାମିଲନାଡୁର ମୂଳ ବାସିନ୍ଦା ହୋଇଥିବାବେଳେ କେରଳର ପମବଦୁମପରାରେ ବସବାସ କରୁଥିଲେ । କିନ୍ତୁ ସେ ମୂଳ କେରଳ ବାସିନ୍ଦା ହୋଇନଥିବା ଯୋଗୁଁ ମାଲାୟଲାମ ଭାଷାରେ କଥା ହେବା କିମ୍ବା ଲେଖା ପଢା ପାଇଁ ତାଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ତେଣୁ ସେ ପରିଣତ ବୟସରେ ମଧ୍ୟ ମାଲାୟଲାମ ଶିଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ନିଜର 42 ବର୍ଷୀୟା ଝିଅ ସବବୁଲକ୍ଷ୍ମୀ ଏବଂ ପୋଷ୍ଟ ଗ୍ରାଜୁଏଟ୍ ନାତି ଭିଗ୍ନେଶ କୁମାରଙ୍କ ସହ ପ୍ରବାସୀ ଶ୍ରମିକମାନଙ୍କୁ ମାଲାୟାଲମ୍ ଶିକ୍ଷା ଦେବା ଉଦ୍ଦେଶ୍ୟରେ କେରଳ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ହେଉଥିବା କେରଳ ସାକ୍ଷରତା ମିଶନ୍ ଦ୍ୱାରା ପରିଚାଳିତ 'ପଢନା ଲିଖନା’ କ୍ଲାସରେ ଯୋଗ ଦେଇଥିଲେ । ପରେ ଏଥିରେ ମାଲାୟଲାମ ଶିକ୍ଷା ଗ୍ରହଣ କରି ପରୀକ୍ଷାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

କେବଳ ପବନଥାଇ ନୁହଁନ୍ତି, ବରଂ ତାଙ୍କ ୩୦ ସହଯୋଗୀ ପ୍ରବାସୀ କର୍ମଚାରୀ ମଧ୍ୟ ଏହି ମିଶନରେ ଆଗ୍ରହ ପ୍ରକାଶ କରିବା ସହ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି । ମିଶନ ଦ୍ବାରା ଜାରି ରହିଥିବା କ୍ଲାସକୁ ବେଶ ଉତ୍ସାହର ସହ ଅଂଶଗ୍ରହଣ କରୁଥିଲେ ପବନଥାଇ । ଏପରିକି ସେ ଜଣେ କାର୍ଯ୍ୟରତ ମହିଳା ହୋଇ ମଧ୍ୟ କୌଣସି ଗୋଟିଏ ଦିନ କ୍ଲାସ ବନ୍ଦ କରିନଥିଲେ ସେ । ତେବେ କେବଳ ଏତିକି ନୁହେଁ, ସେ ଆଗକୁ ମଧ୍ୟ ମାଲାୟଲାମ ଭାଷାରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଆଗ୍ରହୀ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details