ଓଡିଶା

odisha

ETV Bharat / bharat

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଝଟକୁଛି ଓଡିଶା ପଟ୍ଟଚିତ୍ର - ଡେନମାର୍କରେ ପ୍ରଧାନମନ୍ତ୍ରୀ

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଶା ପଟ୍ଟଚିତ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଗସ୍ତ ବେଳେ ଦେଇଥିଲେ ଉପହାର । ଓଡିଶାର ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଶା ପଟ୍ଟଚିତ୍ର, ଭାରତ ଗସ୍ତ ବେଳେ ଉପହାର ଦେଇଥିଲେ ମୋଦି
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଶା ପଟ୍ଟଚିତ୍ର, ଭାରତ ଗସ୍ତ ବେଳେ ଉପହାର ଦେଇଥିଲେ ମୋଦି

By

Published : May 3, 2022, 7:50 PM IST

କୋପେନହେଗନ:ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନ କାନ୍ଥରେ ଶୋଭା ପାଉଛି ଓଡିଶାର ଐତିହ୍ୟ ଓ ଭାସ୍କର୍ଯ୍ୟର ପ୍ରତୀକ ପଟ୍ଟଚିତ୍ର । ୟୁରୋପ ଗସ୍ତର ଦ୍ବିତୀୟ ଦିନରେ ଆଜି (ମଙ୍ଗଳବାର) ଡେନମାର୍କରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ବାସଭବନ ପରିଦର୍ଶନ କରିବା ଅବସରରେ ଏହି ପଟ୍ଟଚିତ୍ର ମଧ୍ୟ ପରିଦର୍ଶନ କରିଛନ୍ତି ।

ଡାନିସ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ ଭାରତ ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ବରୂପ ପ୍ରଦାନ କରିଥିଲେ । ତେବେ ଉଭୟ ପ୍ରଧାନମନ୍ତ୍ରୀ ଏହି ପଟ୍ଟଚିତ୍ର ସମ୍ପର୍କରେ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହି ପଟ୍ଟଚିତ୍ର ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ । ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଯୋଗୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details