ଥିରୁଅନନ୍ତପୁରମ:ସର୍କସ ଜଗତ ପାଇଁ ଦୁଃଖଦ ଖବର ।ଭାରତୀୟ ସର୍କସର ଜନକଙ୍କ ପରଲୋକ । ୯୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଜେମିନୀ ଶଙ୍କରନ । ଏମ.ଭି ଶଙ୍କରନ୍ ଜେମିନୀ ଶଙ୍କରନ ନାମରେ ପରିଚିତ ଥିଲେ । ସେ ଭାରତର ସର୍ବ ପୁରତାନ ସର୍କସ କଳାକାର ରହିଥିଲେ । ଜେମିନୀ ଶଙ୍କରନ କେବଳ ଜଣେ କଳାକାର ନୁହନ୍ତି ବରଂ ଜେମିନୀ ଏବଂ ଜମ୍ବୋ ସର୍କସ କମ୍ପାନୀର ସଂସ୍ଥାପକ ମଧ୍ୟ ଥିଲେ ।
ସେ ସର୍କସ୍ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ବେଳେ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଅଭିନୟ କରିଥିଲେ । ଜେମିନିଙ୍କର ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ମୋରାର୍ଜୀ ଦେଶାଇ, ରାଜୀବ ଗାନ୍ଧୀ, ମାର୍ଟିନ୍ ଲୁଥର୍ କିଙ୍ଗ, ମାଉଣ୍ଟବ୍ୟାଟେନ୍ ଏବଂ ମହାକାଶଚାରୀ ଭାଲେଣ୍ଟିନା ଟେରେଶକୋଭାଙ୍କ ସହ ଘନିଷ୍ଠ ବନ୍ଧୁତ୍ବ ରହିଥିଲା । ସେ ଭାରତୀୟ ସର୍କସ ଫେଡେରେଶନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଜେମିନି ଶଙ୍କରନଙ୍କ ଜୀବନୀ:ଶଙ୍କରନ୍ 13 ଜୁନ୍ 1924 ମସିହାରେ କେରଳର ଥାଲାସେରିର କୋଲାସେରିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରମନ ଏବଂ ମାତାଙ୍କ ନାମ କଲ୍ୟାଣୀ ଥିଲା । ତାଙ୍କର ମୋଟ ୫ଜଣ ଭାଇଭଉଣୀ ରହିଥିଲେ । ପିଲାବେଳକୁ ସର୍କସରେ ରୁଚି ରହିଥିବା ଯୋଗୁଁ ୧୯୩୮ ମସିହାରେ କିଲେରୀ କୁନିକକାନନଙ୍କ କାଲାରୀରେ ସାମିଲ ହୋଇଥିଲେ । ତେବେ ସେ ସେନା କର୍ମଚାରୀ ଭାବେ ମଧ୍ୟ ଦେଶସେବା କରିଥିଲେ । ୪ ବର୍ଷର ଚାକିରି ପରେ ସେ ଅବସର ନେଇଥିଲେ ।