ଓଡିଶା

odisha

Patra Chawl Land Scam: ଆସନ୍ତା 10 ଯାଏ ହେପାଜତରେ ରହିବେ ସଞ୍ଜୟ

By

Published : Oct 5, 2022, 7:46 AM IST

ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patra Chawl land scam) ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କଲେ କୋର୍ଟ । ଅକ୍ଟୋବର 10 ଯାଏ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ବଢାଯାଇଛି । ଅଧିକ ପଢନ୍ତୁ

Patra Chawl Land Scam
ଅକ୍ଟୋବର 10 ଯାଏ ହେପାଜରରେ ରହିବେ ସଞ୍ଜୟ

ମୁମ୍ବାଇ: ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲାନି ଆଶ୍ବସ୍ତି । ଆହୁରି ବଢିଲା ନ୍ୟାୟିକ ହେପାଜତ ଅବଧି । ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patra Chawl land scam) ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସେନାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଅକ୍ଟୋବର 10 ଯାଏଁ ବଢାଇଛନ୍ତି କୋର୍ଟ । ଏହା ପୂର୍ବରୁ 3 ଥର ଅବଧି ବଢାଯାଇଥିଲା । ସେପ୍ଟେମ୍ବର 5ରେ ଶେଷ ଥର ପାଇଁ 14 ଦିନ ଅବଧିକୁ ବଢାଯାଇଥିଲା ।

ମୁମ୍ବାଇର ଏକ କୋର୍ଟ ମାମଲାର ଶୁଣାଣି କରି ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି । ତାଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଆସନ୍ତା ୧୦ ତାରିଖରେ ହେବ । ଅଗଷ୍ଟ ୧ ତାରିଖରେ ସାଂସଦ ସଞ୍ଜୟ ରାଉତଙ୍କୁ ମନି ଲଣ୍ଡରିଂ ଆକ୍ଟ ବଳରେ ଗିରଫ କରିଥିଲା । ପାତ୍ରଚାଲ ଲ୍ୟାଣ୍ଡ ମାମଲାରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ଇଡି ସଞ୍ଜୟ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଏହା ବି ପଢନ୍ତୁ...ଶ୍ରୀନଗରରେ ମିଗ୍‌-୨୧ର ସ୍ଥାନ ନେଲା ମିଗ୍‌-୨୯ ସ୍କ୍ୱାର୍ଡନ

ଚଳିତ ବର୍ଷ ଏପ୍ରିଲ ମାସରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ ସହ ଜଡ଼ିତ ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଏହାସହ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଦାଦର ସ୍ଥିତ ଫ୍ଲାଟ ଓ ଆଲିବାଗରେ ଥିବା ୮ଟି ଜମି ରହିଥିଲା । ପାତ୍ରଚାଲ ଦୁର୍ନୀତି ଘଟଣାରେ ଜୁନ ୨୮ରେ ଇଡି ସଞ୍ଜୟ ରାଉତଙ୍କୁ ଜେରା କରିବାକୁ ସମନ କରିଥିଲା । ଏହାପରେ ତାଙ୍କୁ ଅଗଷ୍ଟ ୧ରେ ଗିରଫ କରାଯାଇଥିଲା । ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ପରେ ତାଙ୍କୁ ଅଗଷ୍ଟ ୯ରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅଗଷ୍ଟ 22ରେ ଏହା ଶେଷ ହୋଇଥିବା ବେଳେ ପୁଣି ଏହି ଅବଧିକୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ କୋର୍ଟ । ପୁଣି ମାମଲାର ଶୁଣାଣି କରି ଅକ୍ଟୋବର 10 ଯାଏ ଅବଧିକୁ ବଢାଇଛନ୍ତି ।

ABOUT THE AUTHOR

...view details