ଓଡିଶା

odisha

ETV Bharat / bharat

Patra Chawl Land Scam Case: ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ED ସମନ - ଶିବସେନା ସାଂସଦ ସଞ୍ଜୟ ରାଓ୍ବତ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ED ସମନ । ଆସନ୍ତାକାଲି(ମଙ୍ଗଳବାର) ହାଜର ପାଇଁ ନିର୍ଦ୍ଦେଶ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଜେରା ପାଇଁ ଡାକିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ମଧ୍ୟ ହୋଇଥିଲା ସମନ । ଅଧିକ ପଢନ୍ତୁ

Patra Chawl land scam case: ଶିବସେନା ସାଂସଦ ସଞ୍ଜୟ ରାଓ୍ବତଙ୍କ ED ସମନ, ଆସନ୍ତାକାଲି ହାଜର ପାଇଁ ନିର୍ଦ୍ଦେଶ
Patra Chawl land scam case: ଶିବସେନା ସାଂସଦ ସଞ୍ଜୟ ରାଓ୍ବତଙ୍କ ED ସମନ, ଆସନ୍ତାକାଲି ହାଜର ପାଇଁ ନିର୍ଦ୍ଦେଶ

By

Published : Jun 27, 2022, 1:06 PM IST

ମୁମ୍ବାଇ:ମହାରାଷ୍ଟ୍ରରେ ଜାରି ରହିଥିବା ମହାସଙ୍କଟ ମଧ୍ୟରେ ଶିବସେନା ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ଜେରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ (Patra Chawl land scam case) ଆସନ୍ତାକାଲି (ଜୁନ 28)ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନରେ କୁହାଯାଇଛି ।

ସମନ ମୁତାବକ, ରାଉତ ଆସନ୍ତାକାଲି(ମଙ୍ଗଳବାର) ମୁମ୍ବାଇର ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ଇଡି ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କମାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମାମଲାରେ ପୂର୍ବରୁ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ଏହି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ରାଉତଙ୍କର କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details