ଓଡିଶା

odisha

ETV Bharat / bharat

Opposition Meeting: କାହିଁକି ବିରୋଧୀ ନେତାଙ୍କୁ ସୁସ୍ବାଦୁ ଆମ୍ବ ଭେଟି ଦେଲେ ନୀତିଶ ? - ନୀତିଶ କୁମାର

ବିହାର ପାଟନାରେ ବସିଥିବା ବିରୋଧୀ ଦଳ ବୈଠକରେ ସାମିଲ ହୋଇଥିବା ନେତାଙ୍କୁ ଆମ୍ବ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 23, 2023, 9:54 PM IST

Opposition Meeting: କାହିଁକି ବିରୋଧୀ ନେତାଙ୍କୁ ସୁସ୍ବାଦୁ ଆମ୍ବ ଭେଟି ଦେଲେ ନୀତିଶ ?

ପାଟନା:ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ମହାମେଳି ଦେଖିବାକୁ ମିଳିଥିଲା । ବିଜେପି ଶାସିତ କେନ୍ଦ୍ର ସରକାର ବିରୋଧରେ ଏକାଠି ହୋଇଥିଲେ ୧୭ ଦଳର ମୁଖ୍ୟ ନେତା । ୨୦୨୪ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଆଲୋଚନା ହୋଇଥିଲା । ତେବେ ଏହି ବୈଠକରେ ସାମିଲ ହୋଇଥିବା ନେତାଙ୍କ ଘରକୁ ୨ ବାସ୍କେଟ ଆମ୍ବ ପଠାଇଛନ୍ତି ବୈଠକର ଅଧ୍ୟକ୍ଷତା କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉପହାର ଆକାରରେ ଏକ ସୁସଜ୍ଜିତ ପେଟିରେ ବିରୋଧୀ ନେତାଙ୍କୁ ଭେଟି ଦେଇଥିଲେ ନୀତିଶ ।

ବିରୋଧୀ ଦଳର ନେତା ଯେଉଁଠି ବିଶ୍ରାମ ନେଇଥିଲେ, ସେଠାକୁ ନୀତିଶ ଏହି ଆମ୍ବ ପଠାଇଥିଲେ । ଆମ୍ବର ସ୍ବାଦ ସମ୍ପର୍କରେ ମିଠାପଣ ଭରିଥାଏ ବୋଲି କୁହାଯାଏ । ବିଜେପି ବିରୋଧରେ ଉଠିଥିବା ଏହି ସ୍ବର ଯେପରି ସଫଳ ହେବ ସେ ନେଇ ଉଦ୍ୟମ କରିଛନ୍ତି ନୀତିଶ । ବୈଠକ ପୂର୍ବରୁ ପ୍ରତ୍ୟକ୍ଷ ଭାବେ ସମସ୍ତ ଦଳର ନେତାଙ୍କୁ ଭେଟିଥିଲେ ନୀତିଶ । ଏହାପରେ ଆଜି ସମସ୍ତେ ନୀତିଶଙ୍କ ପାଟନା ସ୍ଥିତ ବାସଭବନରେ ଏକତ୍ରିତ ହୋଇଥିଲେ । ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ସମସ୍ତ ଶପଥ ନେଇଥିଲେ । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବିବିଧତା, ଭିନ୍ନତା ଥିଲେ ମଧ୍ୟ ସମସ୍ତେ ବିଜେପି ବିରୋଧରେ ଏକାଠି ହୋଇଥିଲେ । ତେବେ ସମସ୍ତ ଦଳ ମଧ୍ୟରେ ମିଠାପଣ ଭରିବା ଲାଗି ଏହି ଆମ୍ବ ଭେଟିଦେଇଥିଲେ ନୀତିଶ ।

ଏହା ବି ପଢନ୍ତୁ- 'ଭାରତର ମୂଳଦୁଆ ଉପରେ ଆକ୍ରମଣ ହୋଇଛି, ମିଳିମିଶି କାମ କରିବୁ'

ପାଟନା ଦିଘାର ଦୁଧିଆ ମାଲଦା ଆମ୍ବକୁ ଭେଟି ଦେଇଛନ୍ତି ନୀତିଶ । ବିରୋଧୀ ଦଳର ନେତାମାନେ ଯେଉଁ ହୋଟେଲରେ ବିଶ୍ରାମ ନେଇଥିଲେ ସେଠାକୁ ଏହି ସୁସ୍ବାଦୁ ଆମ୍ବକୁ ପଠାଇଥିଲେ ନୀତିଶ । କିଛି ଯାନରେ ଆମ୍ବ ପେଟିଗୁଡ଼ିକ ଲୋଡ ହୋଇ ଉକ୍ତ ହୋଟେଲକୁ ଯାଇଥିଲା । ଏହି କାର୍ଟନ ଉପରେ ଲେଖାଯାଇଥିଲା ନୀତିଶ କୁମାରଙ୍କ ଦ୍ବାରା ସ୍ବତନ୍ତ୍ର ଭେଟି । ଏହାସହିତ ବୈଠକରେ ସାମିଲ ହୋଇଥିବା ବିରୋଧୀ ଦଳର ନେତାଙ୍କୁ ବିହାରର ପ୍ରସିଦ୍ଧ ବ୍ୟଞ୍ଜନ, ମିଷ୍ଟାନ୍ନକୁ ମଧ୍ୟାହ୍ନ ଭୋଜନରେ ପରସିଥିଲେ ନୀତିଶ । ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ନୀତିଶଙ୍କୁ ଧନ୍ୟବାଦ ଜଣାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସୂଚନା ଥାଉ କି ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଅଖିଳେଶ ଯାଦବ, ଲାଲୁ ଯାଦବ, ସୀତା ରାମ, ସଞ୍ଜୟ ସିଂ, ରାଘବ ଚଢା, ବେଣୁ ଗୋପାଳ ପ୍ରମୁଖ ସାମିଲ ହୋଇଥିଲେ ।

ABOUT THE AUTHOR

...view details