ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଆରଡି ମେଡିକାଲ କଲେଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋଗୀ ରାମବଦନକୁ ହସ୍ପିଟାଲ ନେବା ପାଇଁ ମିଳି ନଥିଲା ଷ୍ଟ୍ରେଚର । ଯେଉଁ କାରଣରୁ ରୋଗୀ ଜଣଙ୍କୁ କାନ୍ଧରେ ବୋହି ବିଆରଡି ମେଡିକାଲ କଲେଜର କୋଭିଡ ୱାର୍ଡରେ ପହଞ୍ଚିଥିଲେ ତାଙ୍କ ଭାଇ । କିନ୍ତୁ ରୋଗୀକୁ ସେଠାରେ ଭର୍ତ୍ତି କରାଯାଇନଥିଲା । ଆଉ ଭାଇର କାନ୍ଧରେ ଛଟପଟ ହୋଇ ପ୍ରାଣ ହାରିଦେଲା ଭାଇ ।
ମୁଖ୍ୟମନ୍ତ୍ରୀ କରୁଥିଲେ ବୈଠକ, ବାହାରେ ଭାଇ କାନ୍ଧରେ ଛଟପଟ ହୋଇ ମରିଗଲା ରାମବଦନ - ମୁଖ୍ୟମନ୍ତ୍ରୀ ବୈଠକ
ଉତ୍ତରପ୍ରଦେଶର ବିଆରଡି ମେଡିକାଲ କଲେଜରେ ଅଘଟଣ । ମୁଖ୍ୟମନ୍ତ୍ରୀଙ୍କ ବୈଠକ ଯୋଗୁଁ ଭାଇର କାନ୍ଧରେ ଛଟପଟ ହୋଇ ପ୍ରାଣ ହାରିଦେଲା ଭାଇ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ କରୁଥିଲେ ବୈଠକ, ବାହାରେ ଭାଇ କାନ୍ଧରେ ଛଟପଟ ହୋଇ ମରିଗଲା ରାମବଦନ
ମୁଖ୍ୟମନ୍ତ୍ରୀ କରୁଥିଲେ ବୈଠକ, ବାହାରେ ଭାଇ କାନ୍ଧରେ ଛଟପଟ ହୋଇ ମରିଗଲା ରାମବଦନ
ସେପଟେ ବିଆରଡି ମେଡିକାଲ କଲେଜର ପ୍ରଫେସର ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ଜରିଆରେ ବଦନାମ କରିବାକୁ ପ୍ରୟାସ କରାଯାଉଛି । ସେ କହିଛନ୍ତି ଷ୍ଟ୍ରେଚର ରାସ୍ତାରେ ନୁହେଁ ହସ୍ପିଟାଲରେ ରୁହେ ।
କେବଳ ଏତିକି ନୁହେଁ, ଏହି ଘଟଣା ଘଟିବା ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂକ୍ରମଣ ରୋକିବା ପାଇଁ ବିଆରଡି ମେଡିକାଲ କଲେଜର ମୁଖ୍ୟ କାର୍ଯ୍ୟାଳୟରେ ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲ ଅନୁଯାୟୀ ରାମବଦଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ ବାହାରେ ରୋକାଯାଇଥିଲା ।