ଚଣ୍ଡୀଗଡ: ପଞ୍ଜାବର ପଟିଆଲାରେ ଥିବା ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ(RGNUL) ପଶିଲା କୋରୋନା । ବିଶ୍ବବିଦ୍ୟାଳୟର 122 ଜଣ ଛାତ୍ରଛାତ୍ରୀ COVID ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସ୍ଥାନୀୟ ପ୍ରଶାସନ ଏହାକୁ ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏଥିସହ ଅଧିକ ସଂକ୍ରମଣ ଏଡାଇବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମେ ୧୦ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ ।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରିଛନ୍ତି । ସ୍ଥିତି ସ୍ବାଭାବିକ ହେବାପରେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବା ବୋଲି ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ଅନଲାଇନ ମୋଡ୍ରେ ପାଠପଢା ଚାଲୁ ରହିବା ବୋଲି କହିଛନ୍ତି ।