ଓଡିଶା

odisha

ETV Bharat / bharat

1997 Uphaar Fire Tragedy: ଦୁଇ ଦୋଷୀ ଅଂଶଲ ବନ୍ଧୁଙ୍କୁ ୭ବର୍ଷ ଜେଲଦଣ୍ଡ - ଉପହାର ଅଗ୍ନିକାଣ୍ଡ ରାୟ ପ୍ରକାଶ

1997ର ବହୁଚର୍ଚ୍ଚିତ ଉପହାର ସିନେମା ଅଗ୍ନିକାଣ୍ଡ ଟ୍ରାଜେଡିରେ ରାୟ ଶୁଣାଇଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦୁଇ ଦୋଷୀ ଅଂଶଲ ବନ୍ଧୁଙ୍କୁ ୭ବର୍ଷ ଜେଲଦଣ୍ଡ । ଅଧିକ ପଢନ୍ତୁ...

1997 Uphaar fire tragedy: ଦୁଇ ଅଭିଯୁକ୍ତ ଅଂଶଲ ବନ୍ଧୁଙ୍କୁ ୭ବର୍ଷ ଜେଲ ଦଣ୍ଡ
1997 Uphaar fire tragedy: ଦୁଇ ଅଭିଯୁକ୍ତ ଅଂଶଲ ବନ୍ଧୁଙ୍କୁ ୭ବର୍ଷ ଜେଲ ଦଣ୍ଡ

By

Published : Nov 8, 2021, 4:24 PM IST

ନୂଆଦିଲ୍ଲୀ:1997 ଦିଲ୍ଲୀର ବହୁଚର୍ଚ୍ଚିତ ଉପହାର ସିନେମା ଅଗ୍ନିକାଣ୍ଡ ଟ୍ରାଜେଡି ଘଟଣାର ରାୟ ପ୍ରକାଶ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଅଂଶଲ ଏବଂ ସୁଶୀଲ ଅଂଶଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 7ବର୍ଷ ଜେଲ ଓ ପ୍ରତ୍ୟେକଙ୍କୁ 2.5 କୋଟି ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଏହି ଦୋଷୀ ଦୁଇ ବନ୍ଧୁ ଘଟଣା ପରେ ଗିରଫ ହୋଇ ଜେଲ ଯାଇଥିବାବେଳେ ଜେଲରୁ ବେଲରେ ଆସିଥିଲେ। ତେବେ ଘଟଣାରେ ପ୍ରାମାଣକୁ ନଷ୍ଟ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୁନର୍ବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜିର ରାୟ ପ୍ରକାଶ ପାଇବା ପରେ ଉଭୟ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

59 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ହୋଇଥିଲେ ଆହତ

ଏହି ଦୁଇ ବନ୍ଧୁଙ୍କ ବ୍ୟତୀତ ଘଟଣାରେ ସମ୍ପୃକ୍ତ ଅନ୍ୟତମ ଦୋଷୀ ତଥା ପୂର୍ବତନ କୋର୍ଟ କର୍ମଚାରୀ ଦୀନେଶ ଚାନ୍ଦଶର୍ମା ଏବଂ ଅନ୍ୟ ୨ଜଣ ଦୋଷୀ ପିପି ବତ୍ରା, ଅନୁପ ସିଂଙ୍କୁ ମଧ୍ୟ 7ବର୍ଷ ଜେଲ ଦଣ୍ଡ ଏବଂ ପ୍ରତ୍ୟେକଙ୍କୁ 3 ଲକ୍ଷ ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି କୋର୍ଟ ।

ଅକ୍ଟୋବର 8ରେ ଅଂଶଲ ବନ୍ଧୁଙ୍କ ସମେତ ମୋଟ ୫ ଜଣଙ୍କୁ କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। 1997 ମସିହା ଜୁନ ୧୩ ତାରିଖରେ ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କରେ ଥିବା ଉପହାର ସିନେମା ହଲରେ 'ବର୍ଡର' ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 59 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଗମ୍ଭୀର ଭାବେ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details