ନୂଆଦିଲ୍ଲୀ: ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । କିଛି ଦୃଶ୍ୟ ପାଇଁ ଚଳଚ୍ଚିତ୍ରକୁ ସମାଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ଚଳଚ୍ଚିତ୍ରକୁ ନେଇ ଅନବଶ୍ୟକ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି । ମଙ୍ଗଳବାର ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳର ନେତା ଓ ଛୋଟ ବଡ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ବିନା କୌଣସି ଦଳର ନେତାଙ୍କ ନାଁ ନ ନେଇ ଅନାବଶ୍ୟକ ଫିଲ୍ମ ଉପରେ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ପିଏମ ମୋଦି ବୈଠକରେ କହିଛନ୍ତି, "ସବୁ ଦିନ କାମ କରିବା ପରେ କିଛି ନେତା ଫିଲ୍ମ ଉପରେ ଅନାବଶ୍ୟକ ବୟାନ ଦେଉଛନ୍ତି । ଏହାପରେ ନ୍ୟୁଜ ଚ୍ୟାନେଲରେ ପୁରା ଦିନ ଏହାକୁ ନେଇ ତର୍କ ବିତର୍କ ଲାଗି ରହୁଛି ।" ବିଶେଷ କରି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫିଲ୍ମର ଏକ ସଙ୍ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଲାଗି ରିହଛି । ବିଭିନ୍ନ ନେତା ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଫିଲ୍ମ ପଠାନକୁ ନେଇ ବିଜେପି ନେତା ଯେପରି ରାମ କଦମ ଓ ନରୋତ୍ତମ ମିଶ୍ର ଦୀପିକା ପିନ୍ଧିଥିବା ଗେରୁଆ ପୋଷାକକୁ ନେଇ ମନ୍ତବ୍ୟ ଦେଇଥିଲେ ।