ଓଡିଶା

odisha

ETV Bharat / bharat

ଫ୍ଲାଇଟ ଉଡାଣ ବିଳମ୍ବ ହେବାରୁ ରାଗିଗଲେ ଯାତ୍ରୀ, ପାଇଲଟଙ୍କୁ ପିଟିଲେ - ପାଇଲଟଙ୍କୁ ମାଡ ମାରିଲେ ଯାତ୍ରୀ

Passenger Hits IndiGo Pilot: ବିମାନ ଉଡାଣ ବିଳମ୍ବ ନେଇ ଯାତ୍ରୀଙ୍କୁ ଅବଗତ କରାଉଥିଲେ ପାଇଲଟ । ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ଆକ୍ରମଣ କଲେ ଯାତ୍ରୀ । ଅଧିକ ପଢନ୍ତୁ

ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ଆକ୍ରମଣ
Passenger Hits IndiGo Pilot

By ETV Bharat Odisha Team

Published : Jan 15, 2024, 9:32 AM IST

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଉନ୍ମତକାଣ୍ଡ । ବିମାନ ଉଡାଣରେ ବିଳମ୍ବ ହେବାରୁ ରାଗି ଗଲେ ଯାତ୍ରୀ । ବିମାନ ବିଳମ୍ବ ହେବା ଘୋଷଣା କରିବା ସମୟରେ ପାଇଲଟଙ୍କୁ କଲେ ଆକ୍ରମଣ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରୁ ଗୋଆ ଉଡାଣ କରିବାକୁ ଥିବା ବିମାନରେ ଏପରି ଘଟଣା ଘଟିଛି । ଯାତ୍ରୀଙ୍କ ନାମ ସାହିଲ କାଟାରିଆ ବୋଲି ଜଣାପଡିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନରେ ପାଇଲଟ ଯାତ୍ରୀଙ୍କୁ ଉଡାଣ ବିଷୟରେ ଅବଗତ କରାଉଥିଲେ । ଏହି ସମୟରେ ହଠାତ୍‌ ଜଣେ ଯାତ୍ରୀ ସିଟରୁ ଉଠି ପାଇଲଟଙ୍କୁ ଆକ୍ରମଣ କରିଥିଲେ । ଏହାପରେ ପାଇଲଟଙ୍କୁ ଯାତ୍ରୀ ଜଣଙ୍କ କହିଥିଲେ ଯେ, ବିମାନ ଉଡାଣ କରିବାର ଅଛି ଯଦି କରନ୍ତୁ ନଚେତ ଗେଟ ଖୋଲି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ-ବାଧକ ସାଜିଲା କୁହୁଡ଼ି, ଢାକାରେ ଜରୁରୀ ଅବତରଣ କଲା ମୁମ୍ୱାଇ-ଗୌହାଟୀ ଇଣ୍ଡିଗୋ ବିମାନ

ଏପରି ଘଟଣାରେ ଯାତ୍ରୀ ଜଣଙ୍କ ବିରୋଧରେ ଇଣ୍ଡିଗୋ ଏୟାରଲାଇନ୍ସ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି । ଭାଇରାଲ ଭିଡିଓ ନେଇ ବିମାନ ସୁରକ୍ଷା ଏଜେନ୍ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଦିଲ୍ଲୀରୁ ଗୋଆକୁ ଉଡାଣ କରିବାକୁ ଥିବା ଇଣ୍ଡିଗୋ ବିମାନରେ ଏପରି ଘଟଣା ଘଟିଛି । ବିମାନ ଉଡାଣରେ ବିଳମ୍ବ ହେବାରୁ ପାଇଲଟ ଜଣଙ୍କ ଯାତ୍ରୀଙ୍କ ଅବଗତ କରାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ସିଟରୁ ଉଠି ଆସି ପାଇଲଟଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦିଲ୍ଲୀ ପୋଲିସ କହିଛି ।

ଗତ କିଛିଦିନ ହେଲା କୁହୁଡି ଚାଦରରେ ଢାଙ୍କି ହୋଇ ରହୁଛି ରାଜଧାନୀ । ଫଳରେ ବିମାନ ସେବା ବାଧା ପ୍ରାପ୍ତ ହୋଇଛି । ବିଳମ୍ବରେ ବିମାନ ଉଡାଣ କରୁଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଯାତ୍ରୀଙ୍କ ପାଇଁ ସୂଚନା ଜାରି କରାଯାଇଛି । ବିମାନ ଯାତ୍ରା କରିବାକୁ ଟିକେଟ କରିଥିଲେ ଦୟାକରି ଘରୁ ବାହାରିବା ପୂର୍ବରୁ ଏୟାରଲାଇନ୍ସମାନଙ୍କ ସହ ଯୋଗାଯୋଗ କରିବାକୁ ଯାତ୍ରୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details