ଓଡିଶା

odisha

By

Published : May 18, 2023, 9:36 AM IST

ETV Bharat / bharat

ବିମାନରେ ଟାଣୁଥିଲେ ବିଡି, ଯାତ୍ରୀଙ୍କୁ ଗିରଫ କଲା ପୋଲିସ

ଆକାଶ ଏୟାର ବିମାନରେ ବିଡି ଟାଣିଲେ ଯାତ୍ରୀ। ଅଭିଯୋଗ ପରେ ଯାତ୍ରୀଙ୍କୁ ଗିରଫ କଲା ପୋଲିସ।

smoke bidi in Akasa Air flight
smoke bidi in Akasa Air flight

ବେଙ୍ଗାଲୁରୁ: ମଝି ଆକାଶରେ ଉଡୁଥିଲା ଆକାଶ ଏୟାର ବିମାନ । ଶୌଚାଳୟରେ ବିଡି ଟାଣିଲେ ଯାତ୍ରୀ । ଅଭିଯୋଗ ପରେ 56 ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେଆଇଏ ପୋଲିସ ନିକଟରେ ଏୟାରଲାଇନ୍ସର ଡ୍ୟୁଟି ମ୍ୟାନେଜର ଅଭିଯୋଗ କରିଥିଲେ । ଗିରଫ ବ୍ୟକ୍ତି ଜଣଙ୍କ ରାଜସ୍ଥାନ ମାରଓ୍ବାର ଅଞ୍ଚଳର ପ୍ରବୀଣ କୁମାର ।

ଗତ ମଙ୍ଗଳବାର ଦିନ ଆକାଶ ଏୟାର ବିମାନ QP1326 ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନଟି ମଝି ଆକାଶରେ ଉଡୁଥିବା ବେଳେ ପ୍ରବୀଣ କୁମାର ନାମକ ଯାତ୍ରୀ ଶୌଚାଳୟରେ ବିଡି ଟାଣୁଥିଲେ । ଏହାପରେ ବିମାନରେ ଥିବା କ୍ରୁମେମ୍ବର ଯାତ୍ରୀ ଜଣଙ୍କୁ ତାଗିତ୍‌ କରିଥିଲେ । କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣାର ତଦନ୍ତ ଅଧିକ ତଦନ୍ତ ପାଇଁ ଆମେ ଅଧିକାରୀମାନଙ୍କୁ ସହଯୋଗ କରୁଛୁ ବୋଲି ଆକାଶ ଏୟାର ଏକ ବିବୃତ୍ତି ଜାରି କରି କହିଛି । ଗିରଫ ଯାତ୍ରୀ ଜଣଙ୍କ କହିଛନ୍ତି, ''ମୁଁ ନିୟମିତ ଭାବେ ଟ୍ରେନରେ ଯାତ୍ରା କରେ । ଯାତ୍ରା ସମୟରେ ଟ୍ରେନ ଶୌଚାଳୟରେ ଧୂମପାନ କରେ । ତେଣୁ ବିମାନରେ ମଧ୍ୟ ମୁଁ ଧୂମପାନ କରିଥିଲି। ''

ଏହା ମଧ୍ୟ ପଢନ୍ତୁ-ଫସଫେଟ ଓ ପଟାସ ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

ଗତ ମାର୍ଚ୍ଚ ମାସରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଧୂମପାନ କରିଥିବା ଖବର ସାମ୍ନାକୁ ଆସିଥିଲା । ମୁମ୍ବାଇରୁ ଗୋରଖପୁରକୁ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ଯାତ୍ରୀ ଜଣକ ଧୂମପାନ କରୁଥିବା ନେଇ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଧୂଆଁ ହେବାରୁ ବିମାନରେ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ କର୍ମଚାରୀଙ୍କୁ ତାଗିଦ କରିଥିଲେ । ପରେ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

ବିମାନରେ ଧୂମପାନ କରୁଥିବା ଯୁବକ ଜଣଙ୍କ ବିହାର ଗୋପାଳଗଞ୍ଜ ଜିଲ୍ଲାର ମହେଶପୁରର କ୍ରୀଷ୍ଣା କୁମାର ମିଶ୍ରା । ଏହା ପୂର୍ବରୁ ବିମାନରେ ଜଣେ 24 ବର୍ଷର ଯୁବତୀ ଧୂମପାନ କରି ଗିରଫ ହୋଇଥିଲେ । ବିମାନରେ ଏଭଳି ଅନେକ ବିରଳ ଘଟଣା କ୍ରମଶଃ ଭାବେ ସାମ୍ନାକୁ ଆସିବାରେ ଲାଗି ଛି। ପୂର୍ବରୁ ଜଣେ ଯୁବକ ବିମାନରେ ଯାତ୍ରା ସମୟରେ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଦଣ୍ଡିତ ମଧ୍ୟ କରାଯାଇଥିଲା ।

ABOUT THE AUTHOR

...view details