ଓଡିଶା

odisha

ETV Bharat / bharat

ପଶାପାଲିରେ ପଶୁପତିଙ୍କୁ ଗୋଟି କରି ମାଷ୍ଟରଷ୍ଟ୍ରୋକ ଖେଳିବ ବିଜେପି ! - ବିହାର ରାଜନୀତି

ରାମ ବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କୁ ଲାଗିପାରେ ବଡ ଝଟକା । କାରଣ ଚିରାଗଙ୍କ ଦାଦା ପଶୁପତି କୁମାର ପାରସଙ୍କ ସମେତ ଲୋକ ଜନଶକ୍ତି ପାର୍ଟିର 5 ସାଂସଦ ଏନଡିଏରେ ସାମିଲ ହେବାକୁ ଦେଇଛନ୍ତି ସଙ୍କେତ । ଅଧିକ ପଢନ୍ତୁ...

ପଶାପାଲିରେ ପଶୁପତିଙ୍କୁ ଗୋଟି କରି ମାଷ୍ଟରଷ୍ଟ୍ରୋକ ଖେଳିବ ବିଜେପି !
ପଶାପାଲିରେ ପଶୁପତିଙ୍କୁ ଗୋଟି କରି ମାଷ୍ଟରଷ୍ଟ୍ରୋକ ଖେଳିବ ବିଜେପି !

By

Published : Jun 14, 2021, 10:27 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ ବଡ ହଲଚଲ । ରାମ ବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କୁ ଲାଗିପାରେ ବଡ ଝଟକା । କାରଣ ଚିରାଗଙ୍କ ଦାଦା ପଶୁପତି କୁମାର ପାରସଙ୍କ ସମେତ ଲୋକ ଜନଶକ୍ତି ପାର୍ଟିର 5 ସାଂସଦ ଏନଡିଏରେ ସାମିଲ ହେବାକୁ ଦେଇଛନ୍ତି ସଙ୍କେତ ।

5 ସାଂସଦ କ୍ୟାମ୍ପକୁ ଆସିବା ପରେ କେନ୍ଦ୍ରରେ ଏଲଜେପି ଏନଡିଏର ଅଂଶ କି ନୁହେଁ, ତାହା ସ୍ପଷ୍ଟ ହୋଇଯିବ । ଆଜିଯାଏଁ ଯେଉଁ ଏଲଜେପିର ସର୍ବେସର୍ବା ଚିରାଗ ଥିଲେ, ତାଙ୍କ ପାଦ ତଳୁ ଦଳର ମାଟି ଖାସିଯାଇଛି ।

ଦାଦା ପଶୁପତିଙ୍କ ସମେତ ଏଲଜେପିର 5 ସାଂସଦ ଚିରାଗଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ଦେଇଛନ୍ତି । ଆଜିର ଏହି ରାଜନୈତିକ ଘଟଣାକ୍ରମ ବିହାର ନିର୍ବାଚନରେ ଚିରାଗଙ୍କ ନିଷ୍ପତ୍ତିର ପରିଣାମ କୁହାଯାଇପାରେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୋଲାଖୋଲି ସମାଲୋଚନା କରିଆସୁଥିବା ଏଲଜେପି ଏବେ ଏନଡିଏରେ ଯଦି ସାମିଲ ହେବ ତାହେଲେ ଏହା ବିହାରରେ ପଶୁପତିଙ୍କ ବଡ ଷ୍ଟୋକଠୁ କମ ହେବନି ।

ଅନ୍ୟପକ୍ଷେ ବିହାରରେ ଗୋଟିଏ ରାତିରେ ହୋଇଥିବା ବଡ ରାଜନୈତିକ ଓଲଟପାଲଟ ର ପ୍ରଭାବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଆଉ ଏହାର ସବୁଠୁ ଅଧିକ ଲାଭ ବିଜେପିକୁ ମିଳିବ ।

ଉତ୍ତରପ୍ରଦେଶରେ ଦଳିତ ଭୋଟରଙ୍କ ବିଜୟ ପରାଜୟ ଉପରେ ଖାସ ପ୍ରଭାବ ରହିଥାଏ । ୟୁପିରେ 21 ପ୍ରତିଶତ ଅଛନ୍ତି ଦଳିତ ସମୁଦାୟ । ସେହିପରି ପଶ୍ଚିମ ୟୁପିରେ ଦଳିତଙ୍କ ଭୂମିକା ନିର୍ଣ୍ଣାୟକ ବୋଲି ବିବେଚନା କରାଯାଏ । ରାଜ୍ୟର 85ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ । ଏଭଳିସ୍ଥିତିରେ ଦଳିତ ଭୋଟକୁ ଆକୃଷ୍ଠ କରିବାକୁ ଏହି ଗୋଟିଚାଳନା ଲାଭପ୍ରଦ ହେବ ।

ରାମବିଳାସ ପାସୱାନଙ୍କୁ ଏନଡିଏରେ ସବୁଠୁ ବଡ ଦଳିତ ଚେହେରା ଭାବରେ ଦାଖାଯାଏ । ରାମବିଳାସ ଏନଡିଏରେ ଥିଲେ ଦଳିତ ଷ୍ଟାର ପ୍ରଚାରକ । ହେଲେ ତାଙ୍କ ମୃତ୍ୟୁ ପରେ ଏଯାଏଁ ଏହି ସ୍ଥାନକୁ ପୁରା କରିପାରନି ଏନଡିଏ । ହେଲେ ଯଦି ପଶୁପତିଙ୍କ ଏଲଜେପି ଏନଡିଏରେ ସାମିଲ ହୁଏ, ତେବେ ପୁନର୍ବାର ବିଜେପି ମେଣ୍ଟ ଏକ ସକ୍ରିୟ ଦଲିତ ଦଳ ପାଇବ, ଯାହା ବିହାରରେ ବିଜେପିର ମେଣ୍ଟକୁ ମଜବୁତ କରିବା ସହ ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନରେ ​​ମଧ୍ୟ ଲାଭ ପହଞ୍ଚାଇବ ।

ABOUT THE AUTHOR

...view details