ଲକ୍ଷ୍ନୌ: ସାରାଦେଶରେ ଏବେ ଉଗ୍ର ରୂପ ଧାରଣ କରିଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ତେବେ ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଲାଗୁ କରିଥିବା ଆଂଶିକ କର୍ଫ୍ୟୁକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନିତ ସେହଗଲ ଟ୍ୱିଟ୍ କରି କହିଛନ୍ତି ।
ଉତ୍ତରପ୍ରଦେଶରେ ମେ 17 ଯାଏଁ ବଢିଲା କର୍ଫ୍ୟୁ ଅବଧି - Partial corona curfew in Uttar Pradesh extended till May 17
ସାରାଦେଶରେ ଏବେ ଉଗ୍ର ରୂପ ଧାରଣ କରିଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ତେବେ ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଲାଗୁ କରିଥିବା ଆଂଶିକ କର୍ଫ୍ୟୁକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ମେ 17 ପର୍ଯ୍ୟନ୍ତ ବଢିଲା ଆଂଶିକ କୋରୋନା କର୍ଫ୍ୟୁ ଅବଧି
ଏହାପୂର୍ବରୁ ମେ 10 ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। କିନ୍ତୁ ବର୍ଦ୍ଧିତ କୋରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଶନିବାର ଦିନ ରାଜ୍ୟରେ 26,847 ଟି ମାମଲା ଚିହ୍ନଟ ହୋଇ ମୋଟ 14,80,315 ରେ ପହଞ୍ଚିଛି। ଶନିବାର ଦିନ ମୃତ୍ୟୁ ସଂଖ୍ୟା 298 ହୋଇଥିବାବେଳେ ରାଜ୍ୟରେ କୋରୋନା କାରଣରୁ ମୋଟ ମୃତ୍ୟୁ 15,170 କୁ ବୃଦ୍ଧି ପାଇଛି।