ନୂଆଦିଲ୍ଲୀ: ଜାନୁୟାରୀ 31ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ଚାଲିବ । ଫେବୃୟାରୀ 1ରେ ଆଗତ ହେବ କେନ୍ଦ୍ର ବଜେଟ୍ । ଜାନୁୟାରୀ 31 ରୁ ଫେବୃୟାରୀ 11 ପ୍ରଥମ ପର୍ଯ୍ୟାୟ ଅଧିବେଶନ ଏବଂ ମାର୍ଚ୍ଚ 14ରୁ ଏପ୍ରିଲ 8 ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ଏନେଇ ଆଜି(ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାନୁୟାରୀ 31ରୁ ସଂସଦର ବଜେଟ ଅଧିବେଶନ - ସଂସଦର ବଜେଟ୍ ଅଧିବେଶନ
ଜାନୁୟାରୀ 31ରୁ ସଂସଦର ବଜେଟ ଅଧିବେଶନ । ଫେବୃୟାରୀ 1ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍ । ଅଧିକ ପଢନ୍ତୁ
ଜାନୁୟାରୀ 31ରୁ ସଂସଦର ବଜେଟ୍ ଅଧିବେଶନ
ସୂଚନା ଅନୁଯାୟୀ, ଫେବୃୟାରୀ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏଥିପାଇଁ ଖୁବ୍ ଜୋରସୋରରେ ପ୍ରସ୍ତୁତି ଚାଲିଛି । କୋଭିଡ ସଙ୍କଟ ମଧ୍ୟରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଏହି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ । ତେବେ ଚଳିତ ବଜେଟ୍ରେ କୃଷି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯିବା ନେଇ କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 14, 2022, 2:18 PM IST