ନୂଆଦିଲ୍ଲୀ:ଏକ ଦେଶର ଶକ୍ତି ତାର ଲୋକ । ଦେଶବାସୀଙ୍କ ଇଚ୍ଛାଶକ୍ତି ସେହି ଦେଶର ସାମର୍ଥ୍ୟ । ଭାରତ ଜହ୍ନ ରାଇଜରେ ପାଦ ଥାପିଛି । ଭାରତ ଅଧ୍ୟକ୍ଷତାରେ ସଫଳ ଜି20 ସମ୍ମିଳନୀ ହୋଇଛି । ଆଜି ପି20 ସମ୍ମିଳନୀର ଆୟୋଜନ ହୋଇଛି । ଏହି ସମ୍ମିଳନୀ ସେହି ଭାରତ ଭୂମିରେ ହେଉଛି ଯାହା ଗଣତନ୍ତ୍ରର ମାଆ । ସଂସଦ ବିଚାରବିମର୍ଶ ଓ ବିତର୍କ ପାଇଁ ଉପଯୁକ୍ତ ସ୍ଥାନ । 140 କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମିଳନୀକୁ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ । ଏହି ସମ୍ମିଳନୀ ଅଲଗା ଅଲଗା ପାର୍ଲାମେଣ୍ଟାରୀ ପ୍ରାକ୍ଟିସର 'ମହାକୁମ୍ଭ' । ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀ ଇଣ୍ଟରନ୍ୟାସନାଲ୍ କନଭେନସନ୍ ଆଣ୍ଡ୍ ଏକ୍ସପୋ ସେଣ୍ଟରର ଯଶୋଭୂମିରେ ଦୁଇଦିନିଆ 9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ଭୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନବମ ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହଛନ୍ତି,"ବିଶ୍ବର କୋଣ ଅନୁକୋଣରେ ଯାହା ଘଟୁଛି ତାହା ସସମ୍ତଙ୍କୁ ଜଣା । ବିବାଦ ଓ ଯୁଦ୍ଧ ପରିସ୍ଥିତିରେ ଆଜି ଦୁନିଆ ସଂଙ୍କଟରେ ଫସି ରହିଛି । ଏହା କାହା ହିତରେ ନୁହେଁ । ମାନବତା ପାଖରେ ଥିବା ବଡ଼ ଚ୍ୟାଲେଞ୍ଜ୍ର ସମାଧାର ଭାଗ ହୋଇଥିବା ଦୁନିଆ କରିପାରିବ ନାହିଁ । ଶାନ୍ତି ଓ ଭାଇଚାରାର ସମୟ ଆସିଛି । ଏକାଠୀ ହୋଇ ଚାଲିବାର ସମୟ ଆସିଛି ସମସ୍ତଙ୍କ ବିକାଶ ଓ କଲ୍ୟାଣର ସମୟ । ଆମକୁ ବୈଶ୍ବିକ ବିଶ୍ବାସର ସଙ୍କଟକୁ ଦୂର କରିବାକୁ ହେବ ମାନବ କେନ୍ଦ୍ରିକ ବିଚାର ଧାରାରେ ଆଗକୁ ବଢିବାକୁ ହେବ ।"
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତ ତାର ସଂସଦରେ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛି । ଭାରତରେ 32 ଲକ୍ଷ ନିର୍ବାଚନ ପ୍ରତିନିଧି ଅଛନ୍ତି । ସେମାନଙ୍କ ମଧ୍ୟରୁ 55ପ୍ରତିଶତ ମହିଳା ପ୍ରତିନିଧି । ପ୍ରତି ସେକ୍ଟରରେ ମହିଳାଙ୍କ ଅଂଶଗ୍ରହଣକୁ ଭାରତ ପ୍ରୋତ୍ସାହିତ କରୁଛି । ଭାରତରେ ଏକାଧିକ ଭାଷା କୁହାଯାଏ । 28ଟି ଭାଷାରେ 900ରୁ ଅଧିକ ଟିଭି ଚ୍ୟାନେଲ୍ ରହିଛି । 200 ଭାଷାରେ 33 ହଜାରରୁ ଅଧିକ ଖବରକାଗଜ ପ୍ରକାଶିତ ହୋଇଥାଏ । ସୋସିଆଲ ମିଡିଆରେ 3 ବିଲିୟନ ୟୁଜର୍ସ ରହିଛନ୍ତି । ଏହା ଆମ ବିବିଧତା ଓ ବିଶାଳତାର ଶକ୍ତି । ଏଠାରେ ସବୁ ଆସ୍ଥାର ଲୋକ ଅଛନ୍ତି । ଏଥିରୁ ଜଣାପଡ଼ୁଛି ଭାରତରେ ଖବରର ଗତି କେତେ ବିରାଟ ଆଉ ସଶକ୍ତି ।"