ନୂଆଦିଲ୍ଲୀ: ଆଜି ଠାରୁ (ବୁଧବାର) ସଂସଦରେ ଶୀତ ଅଧିବେଶନ ଆରମ୍ଭ (parliament winter session 2022) ହେବ। ଏହି ଅଧିବେଶନରେ ମୋଟ 17ଟି କାର୍ଯ୍ୟଦିବସ ରହିବ । ଏହି ଅବସରରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ପାଖାପାଖି 16ଟି ବିଧେୟକ ଆଗତ ହେବ । ସେପଟେ ବିରୋଧୀ ଏକ ଲମ୍ବା ସୂଚୀ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଯେପରି ଦରଦାମ ବୃଦ୍ଧି, ବେରୋଜଗାରୀ, ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ଉପରେ ବିରୋଧୀ ଗୃହରେ ସରକାରଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେପଟେ ଶୀତ ଅଧିବେଶନ ପୂର୍ବରୁ ଗତକାଲି (ମଙ୍ଗଳବାର) ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭା ଡେପୁଟି ଲିଡର ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ତରଫରୁ ବୈଠକ ଡକାଯାଇଥିଲା । ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଡିଏମକେ ସାଂସଦ ଟି ଆର ବାଲୁ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଥିଲେ।
ଏହା ବି ପଢନ୍ତୁ...Parliament Winter Session: ବେରୋଜଗାରୀ, ଦରଦାମ ପ୍ରସଙ୍ଗରେ ବିତର୍କ ଦାବି କଲେ ବିରୋଧୀ