ନୂଆଦିଲ୍ଲୀ:ଆଉ ଦୁଇଦିନ ପରେ ଶେଷ ହେବ ସଂସଦର ଶୀତ ଅଧିବେଶନ (Parliament Winter Session)। ଏହା ହେଉଛି ଶେଷ ସପ୍ତାହ । ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ବିରୋଧୀ ଦଳର ସାଂସଦଙ୍କ ମାମଲାରେ ନରମିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ ଡାକିଥିଲେ କିନ୍ତୁ ଏହି ବୈଠକକୁ ଟିଏମ୍ସି ଆସିବନି ବୋଲି ସଙ୍କେତ ଦେଇଥିବାବେଳେ କଂଗ୍ରେସ ସିଧାସଳଖ ମନା କରିଦେଇଛି ।
ସୂଚନାଅନୁସାରେ ସଂସଦର ଶୀତକାଳୀନ ଅଧିବେଶନରେ ୧୨ ବିରୋଧୀ ଦଳର ସାଂସଦଙ୍କ ନିଲମ୍ବନକୁ ନେଇ ହଟ୍ଟଗୋଳ ଲାଗି ରହିଥିଲା । ଅଧିବେଶନ ସରିବାକୁ ବସିଲାଣି ହେଲେ ନିଲମ୍ବିତ ସାଂସଦଙ୍କୁ ଅନିମତି ମିଳିଲା ନାହିଁ । ଏ ଘଟଣାକୁ ସମାପ୍ତ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସରକାର ଏବଂ ବିରୋଧୀ ଦଳମାନଙ୍କୁ ଆଲୋଚନା କରିବାକୁ କହିଛନ୍ତି। ଏଥିପାଇଁ ୪ ରାଜନୈତିକ ଦଳକୁ ନେଇ ବୈଠକ ଡାକିଥିଲେ। ଏଥିରେ ଯୋଗ ଦେଇନାହାନ୍ତି ଟିଏମସି ଓ କଂଗ୍ରେସ ।