ଓଡିଶା

odisha

ETV Bharat / bharat

Parliament Winter Session: ବିହାର ମଦ ମୃତ୍ୟୁ ନେଇ କମ୍ପିଲା ଗୃହ, 40ମିନିଟରେ 3 ଥର ମୁଲତବୀ - ଶୀତ ଅଧିବେଶନ

ରାଜ୍ୟସଭାରେ ବିହାର ମଦ ମୃତ୍ୟୁ ପ୍ରସଙ୍ଗ ସହ ଅନେକ ପ୍ରସଙ୍ଗକୁ ନେଇ କମ୍ପିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଏତେ ମାତ୍ରାରେ ହୋଇଥିଲା ଯେ, ଗୃହ କାର୍ଯ୍ୟ ଚଳାଇବା ମୁସକିଲ ହୋଇ ପଡିଥିଲା । ଅଧିକ ପଢନ୍ତୁ

Parliament Winter Session
ବିହାର ମଦ ମୃତ୍ୟୁ ନେଇ କମ୍ପିଲା ଗୃହ, 40ମିନିଟରେ 3 ଥର ମୁଲତବୀ

By

Published : Dec 15, 2022, 4:26 PM IST

ନୂଆଦିଲ୍ଲୀ: ଡିସେମ୍ବର 7 ତାରିଖରୁ ସଂସଦ ଶୀତ ଅଧିବେଶନ ଆରମ୍ଭ ହୋଇଛି । ଆଜି ଅଧିବେଶନ ଅଷ୍ଟମ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ରାଜ୍ୟସଭାରେ ବିହାର ମଦ ମୃତ୍ୟୁ ସହ ଅନେକ ପ୍ରସଙ୍ଗକୁ ନେଇ କମ୍ପିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଏତେ ମାତ୍ରାରେ ହୋଇଥିଲା ଯେ, ଗୃହ କାର୍ଯ୍ୟ ଚଳାଇବା ମୁସକିଲ ହୋଇ ପଡିଥିଲା । ଫଳରେ ମାତ୍ର କମ୍ ସମୟ 40 ମିନିଟରେ 3 ଥର ଗୃହ ମୁଲତବୀ କରାଯାଇଥିଲା ।

ଭାରତୀୟ ଜନତା ପାର୍ଟି ବିହାର ସାଂସଦ ବିହାରର ସଦ୍ୟ ମଦ ମୃତ୍ୟୁ ଘଟଣା ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ରାଜ୍ୟସଭା ଅଧ୍ୟକ୍ଷ ହରିବଂଶ ପ୍ରଶ୍ନକାଳ ପାଇଁ ଅନୁମତି ଦେଇଥିଲେ । ଅନ୍ୟାନ ପ୍ରସଙ୍ଗ ଯେପରି ଡିସେମ୍ବର 9ତାରିଖରେ ହୋଇଥବା ଭାରତ ଚୀନ ସୀମା ସଂଘର୍ଷକୁ ନେଇ ବିରୋଧୀ ହୋ ହାଲ୍ଲା କରିଥିଲେ । ଗୃହ କାର୍ଯ୍ୟା ଚଳାଇବାକୁ କହିବା ସହ ପ୍ରଶ୍ନକାଳ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଡେପୁଟି ଚେୟାରମ୍ୟାନ ହରିବଂଶ । ହେଲେ ବିରୋଧୀ ଶୁଣିବାକୁ ନାରାଜ ଥିଲା । ହଟ୍ଟଗୋଳ ବନ୍ଦ ନ ହେବାରୁ 40 ମିନିଟରେ 3 ଥର ଗୃହକାର୍ଯ୍ୟ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।

ଏହା ବି ପଢନ୍ତୁ...Bihar Hooch Tragedy: ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୨ ପୋଲିସ କର୍ମୀ ନିଲମ୍ବିତ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2016 ଏପ୍ରିଲରୁ ରାଜ୍ୟରେ ମଦ କିଣାବିକା ଉପରେ ରୋକ ଲଗାଇଥିଲେ ତଥାପି ରାଜ୍ୟରେ ମଦ ପିଇ ଲୋକଙ୍କ ଜୀବନ ଯାଉଛି । ଏଯାବତ୍ ରାଜ୍ୟରେ 38ଜଣଙ୍କ ଜୀବନ ଗଲାଣି । ଏହି ଘଟଣାକୁ ନେଇ ବିହାର ବିଧାନସଭାରେ ହୋ ହାଲ୍ଲା ହୋଇଥିଲା । ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ବୟାନ ଦେଇଛନ୍ତି କହିଛନ୍ତି, '' ଯିଏ ମଦ ପିଇବେ, ସେ ତ ମରିବ ନା ।''

ABOUT THE AUTHOR

...view details