ନୂଆଦିଲ୍ଲୀ:ସାମୁଦ୍ରିକ ଲୁଟେରାଙ୍କୁ ନେଇ ନିର୍ମିତ ଅନେକ ଚଳଚ୍ଚିତ୍ର ଯେପରି ପାୟରେଟସ ଅଫ ଦି କାରିବିୟନ, କ୍ୟାପ୍ଟେନ ଫିଲିପ୍ପ ଆଜି ବି ଲୋକଙ୍କ ମନରେ ରହିଛି । ସାମୁଦ୍ରିକ ଲୁଟେରା ଭୟଙ୍କର ହୋଇଥାନ୍ତି । ଭାରତ ମଧ୍ୟ ଏହି ସାମୁଦ୍ରିକ ଲୁଟେରାଙ୍କ ପାଇଁ ଚିନ୍ତାରେ ରହିଛି । ହେଲେ ଏବେ ସାବାଡ ହେବେ ସାମୁଦ୍ରିକ ଲୁଟେରା । ଆଉ ଏହି ଲୁଟେରାଙ୍କୁ ତ୍ରାହି ମିଳିବ ନାହିଁ । ସମୁଦ୍ରରେ ହେଉଥିବା ଅପରାଧୀଙ୍କ ମୁକାବିଲା କରିବା ଏକ ନୂଆ ଆଇନ ଆସିଛି । ଏହା ସହିତ ସାମୁଦ୍ରିକ ବ୍ୟବସାୟକୁ ମଜବୁତ କରିବା ତଥା ଏହାକୁ ସୁରକ୍ଷା ଯୋଗାଇବା ପରିପ୍ରେକ୍ଷୀରେ ମେରିଟାଇମ ଆଣ୍ଟି ପାଇରେସି ବିଲ 2019 ସଂସଦରେ ପାରିତ ହୋଇଛି ।
ପ୍ରଥମେ ଲୋକସଭାରେ ଗୃହିତ ହେବା ପରେ ବୁଧବାର ରାଜ୍ୟସଭାରେ ଏହାକୁ ମଞ୍ଜୁରୀ ମିଳିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ରାଜ୍ୟସଭାରେ ଆଗତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି । ଏହି ଆଇନ ଦ୍ବାରା ସାମୁଦ୍ରିକ ଲୁଟେରାଙ୍କ ଆଉ ବର୍ତ୍ତି ପାରିବେ ନାହିଁ । ସାମୁଦ୍ରିକ ଲୁଟେରା ବା ଜଳଦସ୍ୟୁଙ୍କ ପାଇଁ ଭାରତ ବହୁ ସମସ୍ୟାର ସମ୍ମୁଖୀନ ହେଇଥିଲା । ପୂର୍ବରୁ ଏନେଇ କୌଣସି ଆଇନ ନଥିଲା । ଅନ୍ତର୍ଜାତୀୟ ଜଳ କ୍ଷେତ୍ର (High Sea)ରେ ପାଇରେସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଭାରତ ପାଖରେ ନିଜର ଆଇନ ପ୍ରସ୍ତୁତ କରାଯାଇଛି ।
ଏହା ବି ପଢନ୍ତୁ...Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ