ନୂଆଦିଲ୍ଲୀ:ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନ ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ । ସୋନିଆ ଚିଠିରେ 9ଟି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି । ଏହା ମଧ୍ୟରେ ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, ଆଦାନୀ ଓ ଚୀନ ସମେତ 9ଟି ପ୍ରସଙ୍ଗ ରହିଛି । ସୋନିଆଙ୍କ ବାସଭବନରେ ଗତକାଲି ରାତିରେ ଦଳର ସଂସଦୀୟ କମିଟି ବୈଠକ ବସିଥିଲା । କଂଗ୍ରେସ ସ୍ବତନ୍ତ୍ର ଅଧିବେଶନରେ କ’ଣ ସବୁ ପ୍ରସଙ୍ଗ ଉଠାଇବ, ସେ ନେଇ ଆଲୋଚନା ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେହି ସବୁ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ସୋନିଆ ଗାନ୍ଧୀ ।
ସୋନିଆ ଚିଠିରେ ଲେଖିଛନ୍ତି,‘‘ସରକାରଙ୍କ ପକ୍ଷରୁ ଏହି 5 ଦିନିଆ ସ୍ବତନ୍ତ୍ର ସଂସଦ ଅଧିବେଶନ ଆହୁତ କରାଯାଇଛି । ଏହା ଆହୁତ କରିବା ପୂର୍ବରୁ କୌଣସି ରାଜନୈତିକ ଦଳ ସହ ଆଲୋଚନା କରାଯାଇନାହିଁ । ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା କ’ଣ ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅସ୍ପଷ୍ଟ ରହିଛି । ତେବେ କେବଳ ସରକାରୀ କାର୍ଯ୍ୟ ବ୍ୟତୀତ ସାଧାରଣ ତଥା ବର୍ତ୍ତମାନର ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଚାହୁଁଛି ।’’
ଆଲୋଚନା ପାଇଁ ସୋନିଆଙ୍କ ଦାବି:-
1. ଦେଶରେ ବର୍ତ୍ତମାନ ଜାରି ରହିଥିବା ଅର୍ଥନୈତିକ ସ୍ଥିତି, ମୁଦ୍ରାସ୍ଫିତି, ବଢୁଥିବା ବେରୋଜଗାରୀ ପ୍ରସଙ୍ଗ ।
2. ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦାବି ଓ ସରକାର ସେମାନଙ୍କୁ ପ୍ରଦାନ କରିଥିବା ପ୍ରତିଶୃତି ।
3. ବହୁଚର୍ଚ୍ଚିତ ଆଦାନୀ ଷ୍ଟକକ୍ରାସ ମାମଲାରେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ
4. ମଣିପୁରରେ ହିଂସା ଓ ସାମ୍ବିଧାନିକ ସଙ୍କଟ ପ୍ରସଙ୍ଗ ।