ଓଡିଶା

odisha

ETV Bharat / bharat

ସଂସଦ ଆକ୍ରମଣ: 4 ଜଣଙ୍କ ମିଳିଲା ପରିଚୟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ - ସଂସଦ ଆକ୍ରମଣ

Security Breach At Parliament Identified: ଆଜି ସଂସଦ ଆକ୍ରମଣ ଘଟଣାରେ ଗିରଫ 4 ଅଭିଯୁକ୍ତ ଚିହ୍ନଟ । ଘଟଣାକୁ ନେଇ ପରିବାର ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ । ଜଣେ ଅଭିଯୁକ୍ତର ବାପା କହିଲେ, ଭୁଲ କରିଥିଲେ ଫାଶୀ ମିଳୁ । ଅଧିକ ପଢନ୍ତୁ

ସଂସଦ ଆକ୍ରମଣ: 4 ଅଭିଯୁକ୍ତ ଚିହ୍ନଟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ
ସଂସଦ ଆକ୍ରମଣ: 4 ଅଭିଯୁକ୍ତ ଚିହ୍ନଟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ

By ETV Bharat Odisha Team

Published : Dec 13, 2023, 6:11 PM IST

ନୂଆଦିଲ୍ଲୀ:ଆଜି ସଂସଦ ଭିତରେ ଓ ବାହାରେ ହଙ୍ଗାମା କରି ଗିରଫ ହୋଇଥିବା 4 ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି । ଗୃହ ଭିତରେ ପ୍ରବେଶ କରି କଲର ବୋମା ମାଡ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଲକ୍ଷ୍ନୌର ଶଙ୍କରଲାଲ ଶର୍ମାଙ୍କ ପୁଅ ସାଗର ଶର୍ମା ଓ ମହୀଶୂରର ଡି.ଦେବରାଜଙ୍କ 35 ବର୍ଷୀୟ ପୁଅ ଡି.ମନୋରଞ୍ଜନ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ସଂସଦ ବାହାରେ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ରହିଛନ୍ତି । ସେମାନେ ହେଲେ ହରିୟାଣାର ହିସାର ଜିଲ୍ଲାର 42 ବର୍ଷୀୟା ନିଲମ ଦେବୀ ଓ 25 ବର୍ଷୀୟ ଯୁବକ ଅମୋଲ ସିନ୍ଦେ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନଙ୍କଠାରୁ ମିଳିଥିବା ଆଧାର କାର୍ଡ ଓ ଅନ୍ୟ ପ୍ରମାଣପତ୍ରରୁ ଏହି ପରିଚୟ ସାମ୍ନାକୁ ଆଣିଛି ପୋଲିସ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୃହ ଭିତରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମନୋରଞ୍ଜନ ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର । ସେ ମହୀଶୂରର ସିଟି କଲେଜରେ ଅଣ୍ଡର-ଗ୍ରାଜୁଏଟ ଛାତ୍ର ଭାବେ ଅଧ୍ୟୟନ ଜାରି ରଖଛନ୍ତି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶର ସାଗରଙ୍କର କୌଣସି ଶିକ୍ଷାଗତ ପୃଷ୍ଠଭୂମି ନଥିବା ଜଣାପଡିଛି । ବାହାରେ ଗିରଫ ହୋଇଥିବା ନୀଲମ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଆଶାୟୀ ବୋଲି ଜଣାପଡିଛି ।

ତେବେ ଏହି ଘଟଣାରେ ପରେ ନୀଲମଙ୍କ ଭାଇ କହିଛନ୍ତି, ସେ 2020 ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ହରିୟାଣାରେ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ । ହେଲେ ତାଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତି ନାହିଁ । ହେଲେ ସେ ବେକାରୀ ସମସ୍ୟା ପାଇଁ ଚିନ୍ତାରେ ଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ସେ ଅସନ୍ତୁଷ୍ଟ ଥିବା ମଧ୍ୟ ନୀଲମଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ମହୀଶୂରର ମନୋରଞ୍ଜନଙ୍କ ବାପା ଡି.ଦେବରାଜ ମଧ୍ୟ ପୁଅ କରିଥିବା ଘଟଣାକୁ ନିନ୍ଦା କରିଛନ୍ତି । ସେ ଆଶ୍ଚର୍ଯ୍ୟ, ମନୋରଞ୍ଜନ କାହିଁକି ଏମିତି କଲେ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି । ମାତ୍ର ତାଙ୍କ ପୁଅ ଯାହା କରିଛି, ଭୁଲ କରିଛି ବୋଲି ଦେବରାଜ କହିଛନ୍ତି । ଯଦି ସେ ଆସମାଜିକ କାର୍ଯ୍ୟ କରିଛି, ତାକୁ ଫାଶୀ ଦଣ୍ଡ ମଧ୍ୟ ମିଳିବା ଉଚିତ ବୋଲି କହିଛନ୍ତି ମନୋରଞ୍ଜନଙ୍କ ବାପା ।

ଏହା ମଧ୍ୟ ପଢନ୍ତୁ :- ସଂସଦ ଇତିହାସରେ...ପୁରୁଣା ଗୃହରେ ଆତଙ୍କୀ ହମଲା, ନୂଆ ଭବନରେ ବିକ୍ଷୋଭକାରୀ ଅନୁପ୍ରବେଶ

ତେବେ ପ୍ରଥମେ ଏହି 4 ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଇଣ୍ଟେଲିଜେନ୍ସି ବ୍ୟୁରୋ ଓ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସମସ୍ତ ଅଭିଯୁକ୍ତଙ୍କୁ ଗୋପନୀୟ ସ୍ଥାନରେ ରଖି ଜେରା କରୁଛି । ସେମାନଙ୍କ ପୃଷ୍ଠଭୂମି, ପୂର୍ବ ଅପରାଧିକ ରେକର୍ଡ, ରାଜନୈତିକ ଦଳ ସହ ସମ୍ପୃକ୍ତି ଆଦି ବିଭିନ୍ନ ଦିଗକୁ ପୋଲିସ ଅତି ଗମ୍ଭୀରତାର ସହ ତଦନ୍ତ କରୁଛି । ସଂସଦ ଆକ୍ରମଣର ଦୀର୍ଘ 22 ବର୍ଷ ପୂର୍ତ୍ତି ଅବସରରେ ସୁରକ୍ଷା ବିଭ୍ରାଟ ଓ ହାଇଡ୍ରାମାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ମହଲରୁ ନିର୍ବାଚିତ ପ୍ରତିନିଧିଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details