ଓଡିଶା

odisha

ETV Bharat / bharat

ସଂସଦ ସୁରକ୍ଷା ଭଙ୍ଗର ବଡ଼ ଖୁଲାସା: ଗୁରୁଗ୍ରାମରେ ହୋଇଥିଲା ବ୍ଲୁ ପ୍ରିଣ୍ଟ୍, ଘର ମାଲିକ ଗିରଫ - ଲୋକସଭା

Parliament security breach accused staying in Gurugram: ସଂସଦରେ ସୁରକ୍ଷା ଭଙ୍ଗ, ଗୁରୁଗ୍ରାମରେ ବ୍ଲୁପ୍ରିଣ୍ଟ । ଲୋକସଭାରେ ସୁରକ୍ଷା ବଳୟ ଭେଦ ପୂର୍ବରୁ ଗୁରୁଗ୍ରାମରେ ପୂର୍ବ ପ୍ରସ୍ତୁତି କରିଥିଲେ ଅଭିଯୁକ୍ତ। କେମିତି ଥିଲା ଅଭିଯୁକ୍ତମାନଙ୍କର ଯୋଜନା, ଅଧିକ ପଢ଼ନ୍ତୁ,

ଦିଲ୍ଲୀ ପୋଲିସର ଖୁଲାସା: ଗୁରୁଗ୍ରାମରେ ହୋଇଥିଲା ବ୍ଲୁ ପ୍ରିଣ୍ଟ୍, ଘର ମାଲିକ ଗିରଫ
ଦିଲ୍ଲୀ ପୋଲିସର ଖୁଲାସା: ଗୁରୁଗ୍ରାମରେ ହୋଇଥିଲା ବ୍ଲୁ ପ୍ରିଣ୍ଟ୍, ଘର ମାଲିକ ଗିରଫ

By ETV Bharat Odisha Team

Published : Dec 13, 2023, 7:48 PM IST

ନୂଆଦିଲ୍ଲୀ/ଗୁରୁଗ୍ରାମ: ସଂସଦରେ ସୁରକ୍ଷା ଉଲ୍ଲଂଘନକାରୀଙ୍କ ସଂପର୍କରେ ବଡ଼ ଖୁଲାସା । ଲୋକସଭାରେ ବିଭ୍ରାଟ ଘଟାଇବା ପୂର୍ବରୁ ଗୁରୁଗ୍ରାମରେ ଭଡ଼ା ଘରେ ରହୁଥିଲେ ଅଭିଯୁକ୍ତ । ସଂସଦରେ ସୁରକ୍ଷା ବଳୟ ଭାଙ୍ଗିବା ନେଇ ଗୁରୁଗ୍ରାମରେ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ପୋଲିସ ସଂପୃକ୍ତ ଘରେ ଚଢ଼ାଉ କରିବା ସହ ଠୋସ୍ ପ୍ରମାଣ ପାଇଛି । ଏହାସହ ଘର ମାଲିକକୁ ଗିରଫ କରିଛି ।

ଗୁରୁଗ୍ରାମରେ ବ୍ଲୁ ପ୍ରିଣ୍ଟ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣାରେ ବଡ଼ ସୁରାକ । ଅଭିଯୁକ୍ତମାନେ ଲୋକସଭାରେ ବିଭ୍ରାଟ ଘଟାଇବା ନେଇ ଗୁରୁଗ୍ରାମରେ କରିଥିଲେ ଯୋଜନା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ବାହାରୁ ଆସିଥିଲେ । ସେମାନେ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଗୁରୁଗ୍ରାମରେ ଏକ ଭଡ଼ା ଘରେ ରହୁଥିଲେ । ସୂଚନା ଅନୁସାରେ ଘର ମାଲିକଙ୍କ ନାମ ଲଳିତ ଝା । ଅଭିଯୁକ୍ତମାନେ ଲଳିତଙ୍କ ଘରେ ଏକାଠି ହୋଇଥିଲେ। ପ୍ରାଥମିକ ତଥ୍ୟ ଅନୁସାରେ, ଗୁରୁଗ୍ରାମରେ ହିଁ ହୋଇଥିଲା ସଂପୂର୍ଣ୍ଣ ଅପରେସନର ଯୋଜନା । ପୋଲିସ ଟିମ୍ ଗୁରୁଗ୍ରାମରେ ଖାନ ତଲାସୀ କରିବା ସହ ଘର ମାଲିକଙ୍କୁ ଗିରଫ କରି ପଚରା ଉଚରା କରୁଛି । ଅଭିଯୁକ୍ତମାନେ କେତେ ଦିନ ହେଲା ଏଠାରେ ରହୁଥିଲେ ? କେମିତି ଥିଲା ସେମାନଙ୍କ ଗତିବିଧି ? କେମିତି ଥିଲା ସେମାନଙ୍କ କଥାବାର୍ତ୍ତା ଏବଂ ଚାଲି ଚଳନ ? ସଂସସ୍ତ ବିଷୟରେ ଅନୁସନ୍ଧାନ କରୁଛି ତଦନ୍ତକାରୀ ଟିମ୍ ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍: ପାର୍ଲାମେଣ୍ଟରେ ଦିଲ୍ଲୀ ପୋଲିସ-ସିଆରପିଏଫ୍ ଡିଜି, ଅଭିଯୁକ୍ତଙ୍କୁ ଗୁଇନ୍ଦା ଜେରା, ଗାଁକୁ ଗଲା ତଦନ୍ତ ଟିମ୍

ଲୋକସଭାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ରହିଛି ମହୀଶୂରର ସାଗର ଶର୍ମା । ସେ ମହୀଶୂର ସାଂସଦ ପ୍ରତାପ ସିଂହାଙ୍କଠାରୁ ପାସ୍ ନେଇ ଲୋକସଭାରେ ପ୍ରବେଶ କରିଥିଲା । ଅନ୍ୟ ଅଭିଯୁକ୍ତ କର୍ଣ୍ଣାଟକ ମହୀଶୀରର ମନୋରଞ୍ଜନ ଡି. ଜଣେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ଇଂଜିନିୟର । ଅଭିଯୁକ୍ତ ନିଲମ ହରିୟାଣାର ହିସାରରେ ଏକ ପିଜି ହଷ୍ଟେଲରେ ରୁହନ୍ତି । ସେହିପରି ଅନମୋଲ୍ ମହାରାଷ୍ଟ୍ରର ଲାଟୁର ବାସିନ୍ଦା ।

ଏହା ମଧ୍ଯ ପଢ଼ନ୍ତୁ: ଲୋକସଭା ଭିତରେ ଅଭିଯୁକ୍ତକୁ ଛେଚିଲେ ସାଂସଦ, ସୋସିଆଲ ମିଡିଆରେ ଭାଇରାଲ୍

ସଂସଦରେ ସୁରକ୍ଷା ଭଙ୍ଗ ଘଟଣାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସ କମିଶନର ଏବଂ ସିଆରପିଏଫ ଡିଜି ସଂସଦ ଭବନରେ ପହଞ୍ଚି ସୁରକ୍ଷା ଉଲ୍ଲଂଘନର ଅନୁସନ୍ଧାନ କରିଛନ୍ତି । ସୂଚନା ଅନୁସାରେ, ଏହି ଷଡ଼ଯନ୍ତ୍ରରେ ମୋଟ ୬ ଜଣ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ଯରୁ ଦୁଇଜଣ ବ୍ୟକ୍ତି ଲୋକସଭା ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିବାବେଳେ, ଅନ୍ୟ ଦୁଇଜଣ ସଂସଦ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ବାକି ଦୁଇ ଜଣ ସେମାନଙ୍କୁ ସାହାଯ୍ୟ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details