ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ଗର୍ଭପାତ ସଂଶୋଧନ ବିଧେୟକ । ଏହି ବିଧେୟକ ପାରିତ ହେବା ପରେ ଏବେଠୁ ଗର୍ଭପାତର ସମୟ ସୀମା 20 ସପ୍ତାହ ପରିବର୍ତ୍ତେ 24 ସପ୍ତାହ ହେବ ।
ବିଧେୟକରେ ଗର୍ଭପାତର ମଞ୍ଜୁରୀ ସମୟସୀମା ବର୍ତ୍ତମାନ 20 ସପ୍ତାହ ରହିଛି, ଯାହାକୁ ବୃଦ୍ଧି କରାଯାଇ 24 ସପ୍ତାହ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ହର୍ଷବର୍ଦ୍ଧନ ସଂସଦରେ ବିଧେୟକ ଉପରେ ହୋଇଥିବା ଆଲୋଚନା ଜବାବ ଦେଇ କହିଛନ୍ତି, ବ୍ୟାପକ ବିଚାର ବିମର୍ଶ ପରେ ଏହି ବିଧେୟକକୁ ରାଜ୍ୟସଭାରେ ପାରିତ କରାଯାଇଛି ।
ହର୍ଷବର୍ଦ୍ଧନ କହିଛନ୍ତି, ଏହି ବିଧେୟକ ଦୀର୍ଘ ଦିନରୁ ପ୍ରତିକ୍ଷିତ ରହିଥିଲା । ଏହା ଗତ ବର୍ଷ ଲୋକସଭାରେ ପାରିତ ହୋଇଥିଲା । ଲୋକସଭାରେ ସର୍ବସମ୍ମତିରେ ପାରିତ ହୋଇଥିଲା ଗର୍ଭପାତ ସଂଶୋଧନ ବିଧେୟକ 2020 ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଧେୟକ ପ୍ରସ୍ତୁତ କରିବା ପୂର୍ବରୁ ସାରା ବିଶ୍ବର ଆଇନକୁ ଅଧ୍ୟୟନ କରାଯାଇଛି । ମନ୍ତ୍ରୀଙ୍କ ଉତ୍ତର ପରେ ଧ୍ବନି ମତରେ ବିଧେୟକକୁ ପାରିତ କରାଯାଇଛି । ଏହା ପୂର୍ବରୁ ସଂସଦରେ ବିଧେୟକକୁ ଚୟନ କମିଟିକୁ ପଠାଇବା ସହିତ ବିରୋଧୀ ସଂଶୋଧନକୁ ଅସ୍ବୀକାର କରିଥିଲେ । ହେଲେ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ ସଂଶୋଧନକୁ ସ୍ବୀକୃତିଲାଭ କରିଛି ।