ଓଡିଶା

odisha

ETV Bharat / bharat

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ । କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ । ଅଧିକ ପଢନ୍ତୁ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

By

Published : Jul 18, 2022, 8:55 AM IST

ନୂଆଦିଲ୍ଲୀ:ଆଜିଠୁ (ସୋମବାର) ଆରମ୍ଭ ହେବାକୁ ଯାଉଛି ସଂସଦ ମୌସୁମୀ ଅଧିବେଶନ । କୋଭିଡ କଟକଣା ଭିତରେ ଅଧିବେଶନ ଆରମ୍ଭ ହେବ । ଏଥିରେ ମୋଟ 18ଟି କାର୍ଯ୍ୟଦିବସ ରହିଛି । ମୋଟ 108 ଘଣ୍ଟା ଗୃହକାର୍ଯ୍ୟ ଚାଲିବାକୁ ଧାର୍ଯ୍ୟ ହୋଇଛି । ଅଧିବେଶନରେ 62ଘଣ୍ଟା ସରକାରୀ କାର୍ଯ୍ୟ ଥିବାବେଳେ ଅବଶିଷ୍ଟ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଓ ବେସରକାରୀ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ ହୋଇଛି । ଆସନ୍ତା ଅଗଷ୍ଟ 12 ତାରିଖ ଯାଏ ଅଧିବେଶନ ଚାଲିବ ।

ଏହି ଅଧିବେଶନ ଉଭୟ ଗୃହରେ ରହିଥିବା 14ଟି ବିଲ ଉପରେ ଆଲୋଚନା ଓ ଗୃହୀତ ହେବ । ଏହାସହ ଆହୁରି 24ଟି ନୂଆ ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ମୌସୁମୀ ଅଧିବେଶନରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହା ବେଶ ଗୁରୁତ୍ବ ବହନ କରୁଛି । ଆଜି ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସଂସଦରେ ପ୍ରଥମେ ସମସ୍ତ ସାଂସଦ ଭୋଟ ଦେବେ । ସକାଳ 10ଟାରୁ ମଦଦାନ ଆରମ୍ଭ ହେବ।

ସେପଟେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ବିପକ୍ଷ ଦଳ ଅଗ୍ନିପଥ ଯୋଜନା, ବେରୋଜଗାର, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବେ । ଏହି ସବୁକୁ ମୁଦ୍ଦା କରି ସରକାରଙ୍କଠାରୁ ଜବାବ ଆଦାୟ କରିବା ଲାଗି ବିରୋଧୀ ପ୍ରସ୍ତୁତ ଅଛନ୍ତି । ବିଶେଷ କରି ବେରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଜବାବ ମାଗିବେ ବିରୋଧୀ ଦଳ ।

ଅଧିବେଶନ ପୂର୍ବରୁ (Parliament Monsoon Session) ରବିବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଥିଲେ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ସମସ୍ତ ରାଜନୈତିକ ଦଳଙ୍କୁ ବୈଠକରେ ନିମନ୍ତ୍ରଣ କରାଯାଇଥିଲା । ସମସ୍ତ ଦଳର ପ୍ରତିନିଧି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଏଆଇଏଡିଏମକେ ଏବଂ ଡିଏମକେ ନେତାମାନେ ଶ୍ରୀଲଙ୍କା ସଂଙ୍କଟ ପ୍ରସଙ୍ଗ ଉଠାଇଥିଲେ । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ଉପସ୍ଥିତ ଥିଲେ। ଶ୍ରୀଲଙ୍କା ପ୍ରସଙ୍ଗରେ ଆସନ୍ତା 19ରେ ସର୍ବଦଳୀୟ ବୈଠକ ବସିବ ।

ABOUT THE AUTHOR

...view details