ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଗତ ୩ ଦିନ ଧରି ସଂସଦର ଉଭୟ ସଦନରେ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ ।
ସେହି ଦୃଷ୍ଟିରୁ ଆଜି ମଧ୍ୟ ସଂସଦର ନିର୍ଦ୍ଧାରିତ କାର୍ଯ୍ୟ ହେବ କି ନାହିଁ ତାହା ସନ୍ଦେହ । ଗୋଟିଏ ପଟେ ସରକାର ବିରୋଧୀଙ୍କ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହୁଥିବା ବେଳେ ବରୋଧୀ କିନ୍ତୁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବ୍ୟାକ ଫୁଟକୁ ଠେଲିବାକୁ ଚାହୁଁଛନ୍ତି ।
ସେପଟେ ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯାଉଥିବାରୁ ଅଧିବେଶନ ସରକାରଙ୍କୁ ସୁରୁଖୁରରେ ଚଳାଇବା ଏବେ ବଡ ଆହ୍ବାନ ହୋଇପଡିଛି । ବିରୋଧୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଚାପରେ ପକାଇ ରାଜନୈତିକ ମାଇଲେଜ ପାଇଁ ଉଦ୍ୟମ କରୁଛନ୍ତି ।
ଏପରି ସ୍ଥଳେ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତୂପୂର୍ଣ୍ଣ ବିଲ ଆସିବାକୁ ଥିବା ବେଳେ ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କିଭଳି ଗୃହ ପରିଚାଳନା କରୁଛନ୍ତି ତାହା ଉପରେ ସାରା ଦେଶର ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ