ଓଡିଶା

odisha

ETV Bharat / bharat

Parliament Monsoon Session: ଲୋକସଭାରେ ଭାରତୀୟ ଆଣ୍ଟାକର୍ଟିକା ବିଲ ପାରିତ, ଉଭୟ ସଦନ ମୁଲତବୀ - ଲୋକସଭାରେ ଭାରତୀୟ ଆଣ୍ଟାକର୍ଟିକା ବିଲ ପାରିତ

ପ୍ରଥମେ ଦୁଇ ଥର ପରେ ଆସନ୍ତା ସୋମବାର ଅପରାହ୍ନ 2ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି ଓମ ବିର୍ଲା । ଏହା ପୂର୍ବରୁ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଭାରତୀୟ ଆଣ୍ଟାକର୍ଟିକା ବିଲ -2022 ଲୋକସଭାରେ ଗୃହୀତ ହୋଇଥିଲା । ଅଧିକ ପଢନ୍ତୁ

Parliament Monsoon Session
Parliament Monsoon Session

By

Published : Jul 22, 2022, 9:04 PM IST

ନୂଆଦିଲ୍ଲୀ: ଲୋକସଭାରେ ଜାରି ରହିଛି ବିରୋଧୀଙ୍କ ହଙ୍ଗାମା । ଦରଦାମ ବୃଦ୍ଧି, ଜିଏସଟି, ବେରୋଜଗାରୀ ଭଳି ପ୍ରସଙ୍ଗରେ ଆଜି (ଶୁକ୍ରବାର) ଲୋକସଭା ଆରମ୍ଭ ହେବା ମାତ୍ରେ ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ଲୋକସଭା ସ୍ବାଭାବିକ ହୋଇପାରିନଥିଲା । ପ୍ରଥମେ ଦୁଇଥର ପରେ ଆସନ୍ତା ସୋମବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି ଓମ ବିର୍ଲା । ଏହା ପୂର୍ବରୁ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଭାରତୀୟ ଆଣ୍ଟାକର୍ଟିକା ବିଲ -2022 ଲୋକସଭାରେ ଗୃହୀତ ହୋଇଥିଲା ।

ଆଜି ଲୋକସଭା ଆରମ୍ଭ ହେବାମାତ୍ରେ ହଙ୍ଗାମା କାରଣରୁ ମଧ୍ୟାହ୍ନ 12 ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ଓମ ବିର୍ଲା । ମଧ୍ୟାହ୍ନ 12 ଟା ରେ ଗୃହ ପୁଣି ଥରେ ଆରମ୍ଭ ହେବାମାତ୍ରେ ଅଧ୍ୟକ୍ଷତା କରୁଥିବା କିରୀଟ ଭାଇ ସୋଲଙ୍କି ଆବଶ୍ୟକ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିରୋଧୀ ତୁରନ୍ତ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଏହି ହଙ୍ଗାମା ମଧ୍ୟରେ ଧାରା 377 ବଳରେ କିଛି ସଦସ୍ୟ ନିଜ ନିଜ ବିଷୟ ଉପସ୍ଥାପନା ରଖିଥିଲେ ।

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ବାଚସ୍ପତି ଓମ ବିର୍ଲା ପ୍ରଶ୍ନକାଳରେ ଭାଗ ନେବା ପାଇଁ ବାରମ୍ବାର ବିରୋଧୀଙ୍କୁ ଅନୁରୋଧ କରିଥିଲେ । ପ୍ରଶ୍ନକାଳ ଶେଷ ହେଉ ବୋଲି କହିଥିଲେ । ବିରୋଧୀ ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉପସ୍ଥାପନ କରିପାରିବେ । ସଦନକୁ ସଠିକ ପରିଚାଳନା କରିବା ମୋର ଦାୟିତ୍ବ । ସମସ୍ତ ସଦସ୍ୟ ସହଯୋଗ କରନ୍ତୁ । ଦେଶର ଜନତା ଚାହାଁନ୍ତି ଲୋକସଭା ଚାଲୁ । ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଦାବି ରଖିବା ପାଇଁ ସୁଯୋଗ ମିଳିବ । ହେଲେ ବିରୋଧୀ କିଛି ଶୁଣିନଥିଲେ ।

ଏହାରି ମଧ୍ୟରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ଅଛନ୍ତି । ଥରେ ସୁସ୍ଥ ହେଲା ପରେ ବେରୋଜଗାରୀ, ଜିଏସଟି ପ୍ରସଙ୍ଗରେ ଆଲୋଚନା ହେବ । ଏହାସହ ଶୁନ୍ୟକାଳରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ପାରିବେ । କିନ୍ତୁ ପ୍ରଶ୍ନକାଳରେ ଭାଗ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ ।

ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ଆଜି ଉଚ୍ଚ ସଦନ ଆରମ୍ଭ ହେବା ମାତ୍ରେ ବିରୋଧୀ କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ, ଦରବୃଦ୍ଧି, ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ । ଏହା ଅଗ୍ରାହ୍ୟ ହେବାପରେ ବିରୋଧୀ ସଦସ୍ୟ ହଙ୍ଗାମା କରିଥିଲେ । ଫଳରେ ସଦନ ଆରମ୍ଭ ହେବାର କିଛି ସମୟ ପରେ ମୁଲତବୀ ହୋଇଯାଇଥିଲା । ପରେ ପୁଣି ଥରେ ଅପରାହ୍ନ ସାଢେ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଦେଇଥିବା ମୁଲତବୀ ପ୍ରସ୍ତାବ ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ । ପରେ ରାଜ୍ୟସଭାକୁ ଆସନ୍ତା ସୋମବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ କାର୍ଯ୍ୟକାରୀ ଅଧ୍ୟକ୍ଷ ।

ABOUT THE AUTHOR

...view details