ଓଡିଶା

odisha

By

Published : Jul 28, 2021, 10:57 AM IST

ETV Bharat / bharat

ସଂସଦ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ; ବିରୋଧୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ସପ୍ତାହ । ଦୀର୍ଘଦିନ ପରେ ବସିଥିବା ଅଧିବେସନରେ କିନ୍ତୁ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ । ପେଗାସସ ଜାସୁସୀ ଓ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ବିରୋଧୀ ସଂସଦର ଉଭୟ ସଦନରେ ହଙ୍ଗାମା ଜାରି ରଖିଛନ୍ତି ।

Parliament monsoon session
Parliament monsoon session

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ସପ୍ତାହ । ଦୀର୍ଘଦିନ ପରେ ବସିଥିବା ଅଧିବେଶନରେ କିନ୍ତୁ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ । ପେଗାସସ ଜାସୁସୀ ଓ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ବିରୋଧୀ ସଂସଦର ଉଭୟ ସଦନରେ ହଙ୍ଗାମା ଜାରି ରଖିଛନ୍ତି । ସରକାର ମଧ୍ୟ ସଂସଦକୁ ସ୍ବାଭାବିକ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଆଜି କଣ ସ୍ବାଭାବିକ ହେବ ସଂସଦ?

ଆଉ ଏହି ସରକାର-ବିରୋଧୀ ଲଢେଇ ମଧ୍ୟରେ ଆଜି ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିବସ । ପ୍ରଶ୍ନ ଆଜି ସ୍ବାଭାବିକ ହେବ କି ସଂସଦ । ସେପଟେ ଆଜି ଅପରାହ୍ନ ୧ଟା ସମୟରେ ବସିବ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ । ବୈଠକରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା, କଣ ରହିଛି ଏଜେଣ୍ଡା ସ୍ପଷ୍ଟ ହୋଇନଥିଲେ ମଧ୍ୟ କୁହାଯାଉଛି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତି ହେବା ସହ କିଛି ବଡ ନିଷ୍ପତି ଉପରେ ବାଜିପାରେ ମୋହର ।

ତେବେ ଆଜି(ବୁଧବାର) ସଂସଦର କାର୍ଯ୍ୟବାହୀ ପୂର୍ବରୁ ସରକାରଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ସାଂସଦ ଗୌରଭ ଗୋଗୋଇ । ଗୌରଭ କହିଛନ୍ତି ସରକାର ଓ ସରକାରୀ ଦଳ ସଂସଦରେ କୌଣସି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଚାହୁଁନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ପେଗାସସ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଡରୁଛନ୍ତି, କାରଣ ଏହି ପ୍ରସଙ୍ଗରେ ଚର୍ଚ୍ଚା ହେଲେ ସରକାରଙ୍କ ମୁଖା ଖୋଲିଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆଜି ସଂସଦରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ସକାଳ ୯ ଟାରୁ ବୈଠକ କରୁଛନ୍ତି । କଂଗ୍ରେସ ରାଜ୍ୟସଭା ସାଂସଦ ମାନେ ଏହି ବୈଠକ କରୁଛନ୍ତି । ବୈଠକରେ କଂଗ୍ରେସ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି । ସେହି ଦୃଷ୍ଟିରୁ ଆଜି ମଧ୍ୟ ସଂସଦ ସ୍ବାଭାବିକ ହେବ ନା ବିରୋଧୀଙ୍କ ହଙ୍ଗାମାରେ ଧୋଇଯିବ ତାହାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details