ଓଡିଶା

odisha

By

Published : Jul 29, 2021, 10:38 AM IST

ETV Bharat / bharat

ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିବସ; ବିଶୃଙ୍ଖଳିତ ସଦସ୍ୟ ହୋଇପାରନ୍ତି ନିଲମ୍ବିତ

ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିବସ । ଆଜି ଲୋକସଭାରେ ଆସିବ ଭାରତୀୟ ବିମାନ ପ୍ରାଧିକରଣ ସଂଶୋଧନ ବିଲ ୨୦୨୧ । ବିଲକୁ ଲୋକସଭାରେ ଆଗତ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

Parliament monsoon session
Parliament monsoon session

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିବସ । ଆଜି ଲୋକସଭାରେ ଆସିବ ଭାରତୀୟ ବିମାନ ପ୍ରାଧିକରଣ ସଂଶୋଧନ ବିଲ ୨୦୨୧ । ବିଲକୁ ଲୋକସଭାରେ ଆଗତ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରାଜ୍ୟସଭାରେ ମଧ୍ୟ ଆସିବ କିଛି ଗୁରୁତ୍ବପୂର୍ଣ୍ଣ ବିଲ ।

ତେବେ ବିଗତ ୭ ଦିନ ସଂସଦର କାର୍ଯ୍ୟ ଧୋଇଯାଇଥିବା ବେଳେ ଆଜି ମଧ୍ୟ ସଂସଦ ଚାଲିବ ନା ପୁଣି ହଙ୍ଗାମା ହୋଟ୍ଟଗୋଳରେ ଧୋଇଯିବ ତାହାକୁ ନେଇ ସନ୍ଦେହ । ତେବେ ପୂର୍ବ ସ୍ଥିତି ଯାହା ଆଜି ମଧ୍ୟ ସଂସଦ ଅଚଳ ହେବା ଥୟ । କାରଣ ୩ଟି କୃଷି ଆଇନ ଓ ପେଗାଗସ ପ୍ରୋଜେକ୍ଟକୁ ନେଇ ବିରୋଧୀ ନଛୋଡ ବନ୍ଧା ଥିବାବେଳେ, ସରକାର ମଧ୍ୟ ଆତ୍ମରକ୍ଷା ସ୍ଥିତିକୁ ଆପଣାଇଛନ୍ତି ।

ତେବେ ଗତକାଲି(ବୁଧବାର) ପ୍ରଶ୍ନକାଳ ହଟ୍ଟୋଗୋଳ ମଧ୍ୟରେ ବିନା ମୁଲତବୀରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩ଟି ବିଲ ମଧ୍ୟ ସରକାର ଧ୍ବନି ମତରେ ପାରିତ କରାଇ ନେଇଛନ୍ତି । ତେବେ ବିନା ଆଲୋଚନାରେ ସଂଖ୍ୟା ବଳରେ ବିଲ ପାରିତକୁ ସମାଲୋଚନା କରିଛନ୍ତି ବିରୋଧୀ ।

ଅନ୍ୟପଟେ ସଂସଦରେ ଆଲୋଚନା ବଦଳରେ ବିରୋଧୀଙ୍କ ହଙ୍ଗାମା ନୀତିକୁ ନେଇ ବାଚସ୍ପତି ଓମ ବିର୍ଲା କ୍ଷୁବ୍ଧ ଅଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ବେ ବିରୋଧୀ ସହଯୋଗ କରୁନଥିବାରୁ ବାଚସ୍ପତି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବିଚାର କରୁଛନ୍ତି ।

ଆଜି ବି ମୁଲତବୀ ନୋଟିସ ଦେଲେ ବିରୋଧୀ ...

ସେପଟେ ଆଜି ମଧ୍ୟ ସଂସଦକୁ ଅଚଳ କରିବା ଲକ୍ଷ୍ୟରେ କଂଗ୍ରେସ ସାଂସଦ । ପୂର୍ବାହ୍ନ ୧୦.୩୦ରେ ସଂସଦ ପରିସର ଥିବା ଦଳୀୟ କାର୍ଯ୍ୟାଳୟରେ ସାଂସଦଙ୍କ ବୈଠକ ଡାକିଛି ଦଳ । ଏହାବାଦ ପେଗାସସ ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ । ସେହିଭଳି ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପେଗାସସକୁ ନେଇ ଗୃହରେ ଆଲୋଚନା ପାଇଁ ଦାବି କରି କଂଗ୍ରେସ ସାଂସଦ ବି ମନିକମ ଟାଗୋର ମଧ୍ୟ ମୁଲତବୀ ନୋଟିସ ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details