ଓଡିଶା

odisha

ETV Bharat / bharat

ଫେସବୁକକୁ ସରକାରଙ୍କ ଚେତାବନୀ, ପାଳନ କରିବାକୁ ପଡିବ ନୂଆ ଆଇଟି ନିୟମ - ନୂଆ ଆଇଟି ନିୟମ

ମଙ୍ଗଳବାର ସୂଚନା ଓ ଆଇଟି ସମ୍ବନ୍ଧିତ ସଂସଦର ସ୍ଥାୟୀ କମିଟି ଆଗରେ ହାଜର ହୋଇଥିଲେ ଫେସବୁକ ଓ ଗୁଗଲ ଇଣ୍ଡିଆର ପ୍ରତିନିଧି । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ ଆଇନ ଓ ନିୟମର ଅନୁପାଳନ କରିବାକୁ ପଡିବ ବୋଲି ଚେତାବନୀ ଦେଇଛି ସଂସଦୀୟ କମିଟି । ଅଧିକ ପଢନ୍ତୁ...

ଫେସବୁକକୁ ସରକାରଙ୍କ ଚେତାବନୀ, ପାଳନ କରିବାକୁ ପଡିବ ନୂଆ ଆଇଟି ନିୟମ
ଫେସବୁକକୁ ସରକାରଙ୍କ ଚେତାବନୀ, ପାଳନ କରିବାକୁ ପଡିବ ନୂଆ ଆଇଟି ନିୟମ

By

Published : Jun 29, 2021, 7:56 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଚାଲିଛି ଟଣାଓଟରା । ମଙ୍ଗଳବାର ସୂଚନା ଓ ଆଇଟି ସମ୍ବନ୍ଧିତ ସଂସଦର ସ୍ଥାୟୀ କମିଟି ଆଗରେ ହାଜର ହୋଇଥିଲେ ଫେସବୁକ ଓ ଗୁଗଲ ଇଣ୍ଡିଆର ପ୍ରତିନିଧି ।

ଫେସବୁକ ନୂଆ ଆଇଟି ନିୟମ ଅନ୍ତର୍ଗତ ଏକ ଅନ୍ତରୀଣ ରିପୋର୍ଟ 2 ଜୁଲାଇରେ ପ୍ରକାଶ କରିବ ବୋଲି କୁହାଯାଉଛି । ଏହାସହିତ ଫାଇନାଲ ରିପୋର୍ଟ ଆସନ୍ତାମାସ 15ସୁଦ୍ଧା ପ୍ରକାଶ କରାଯିବ ବୋଲି ସୂଚନା ଦେଇଛି ଫେସବୁକ ।

ସେପଟେ କୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ ଆଇନ ଓ ନିୟମର ଅନୁପାଳନ କରିବାକୁ ପଡିବ ବୋଲି ଚେତାବନୀ ଦେଇଛି ସଂସଦୀୟ କମିଟି । ଏହି କମିଟି ନାଗରିକଙ୍କ ଅଧିକାରର ସୁରକ୍ଷା ଓ ଡିଜିଟାଲ ସ୍ପେସରେ ମହିଳାଙ୍କ ସୁରକ୍ଷା ଉପରେ ସତର୍କତା ଆପଣାଇ ଯାଞ୍ଚ ପାଇଁ ସୋସିଆଲ ମିଡିଆ ମଧ୍ୟସ୍ତିଙ୍କୁ ପ୍ରତିନିଧିଙ୍କ ସହ ବୈଠକର ନିର୍ଣ୍ଣୟ ନେଇଥିଲା ।

ସରକାରଙ୍କ ନୂଆ ଆଇଟି ନିୟମ ମେ 26ରୁ ଲାଗୁ ହୋଇସାରିଛି । ଏହାପର ଠାରୁ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ବିବାଦ ଜାରି ରହିଛି । ନୂଆ ଆଇନ ଆଧାରରେ ସୋସିଆଲ ମିଡିଆ କମ୍ପାନୀଗୁଡିକୁ ଭାରତରେ ନୂଆ ନୋଡାଲ ଅଧିକାରୀ, ଅଭିଯୋଗକାରୀ ଅଧିକାରୀ ଓ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଥିଲା ।

ABOUT THE AUTHOR

...view details