ଓଡିଶା

odisha

ETV Bharat / bharat

ପ୍ରେମ ବିବାହ କରିବାରୁ ସୈତାନ ପାଲଟିଲେ ବାପା ମାଆ, ଝିଅକୁ ଶାଶୁଘରୁ ଅପହରଣ କରି ଲଣ୍ଡା କଲେ - ଶାଶୁ ଘରୁ ଅପହରଣ କରି ଲଣ୍ଡା କଲେ ବାପା ମାଆ

ଝିଅକୁ ଶାଶୁଘରୁ ଅପହରଣ କରି ଲଣ୍ଡା କଲେ । ପ୍ରେମ ବିବାହ କରିଥିବା ଝିଅକୁ ଶାଶୁ ଘରୁ ଅପହରଣ କରି ଲଣ୍ଡା କଲେ ବାପା ମାଆ । ଥାନାରେ ପହଞ୍ଚି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ପ୍ରେମ ବିବାହ କରିବାରୁ ସୈତାନ ପାଲଟିଲେ ବାପା ମାଆ, ଝିଅକୁ ଶାଶୁଘରୁ ଅପହରଣ କରି ଲଣ୍ଡା କଲେ
ପ୍ରେମ ବିବାହ କରିବାରୁ ସୈତାନ ପାଲଟିଲେ ବାପା ମାଆ, ଝିଅକୁ ଶାଶୁଘରୁ ଅପହରଣ କରି ଲଣ୍ଡା କଲେ

By

Published : Nov 16, 2022, 4:21 PM IST

ହାଇଦ୍ରାବାଦ: ଝିଅକୁ ଶାଶୁଘରୁ ଅପହରଣ କରି ଲଣ୍ଡା କଲେ । ବାପା ମାଆଙ୍କ କଥା ନଶୁଣି ପ୍ରେମ ବିବାହ କରିଥିଲା ଝିଅ । ପ୍ରେମ ବିବାହ କରିବାରୁ ସୈତାନ ପାଲଟିଲେ ବାପା ମାଆ । ନିଜ ଝିଅକୁ ଶାଶୁ ଘରୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କଲେ ବାପା ମାଆ । କୌଶଳକ୍ରମେ ପିତାମାତାଙ୍କ କବଳରୁ ଖସି ଆସିବା ପରେ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଏଭଳି ଘଟଣା ଘଟିଛି ତେଲଙ୍ଗାନାର ଜାଗ୍‌ତିଆଲ ଜିଲ୍ଲାରେ ।

ପୋଲିସର ସୂଚନା ଅନୁସାରେ ଜାଗ୍‌ତିଆଲ ଜିଲ୍ଲାର ବାଲାପଲ୍ଲୀ ମଣ୍ଡଳ ଅଞ୍ଚଳର ଜାକ୍କୁଲା ମଧୁ (୨୩) ଓ କରୀମ ନଗର ଜିଲ୍ଲାର ଇତିକ୍ୟାଲା ଅଞ୍ଚଳର ଜୁଭାଜି ଅକ୍ଷିତା (୨୦) ପ୍ରେମ ବିବାହ ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ । ଅକ୍ଷିତାଙ୍କ ପରିବାର ଏଥିରେ ରାଜି ନହେବାରୁ ଉଭୟ କାହାକୁ କିଛି ନଜଣାଇ ବିବାହ କରିଥିଲେ । ତେବେ ଏହାପରେ ରବିବାର ସନ୍ଧ୍ୟାରେ ଅକ୍ଷିତାଙ୍କ ପରିବାର ଲୋକେ ୨ଟି କାର ଯୋଗେ ଆସି ମଧୁଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହିତ ନିଜ ଝିଅକୁ ଅପହରଣ କରିନେଇଥିଲେ । ସେମାନେ ନିଜ ଝିଅକୁ ନିସ୍ତୁକ ମାଡ଼ ମାରିବା ସହ ଅକ୍ଷିତାଙ୍କୁ ଜୋର୍‌ ଜବରଦସ୍ତି ଲଣ୍ଡା କରିଥିଲେ ।

ତେବେ ଏହାପରେ ପୀଡ଼ିତା ଜାଗ୍‌ତିଆଲ ଥାନାରେ ପହଞ୍ଚି ଏନେଇ ନିଜ ପିତାମାତାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କାର୍ଯ୍ୟରତ ଏସ୍‌ଆଇ ଘଟଣାକୁ ଗମ୍ଭୀରତାର ସହ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶ୍ବାସନା ଦେଇଥିଲେ । ପୀଡ଼ିତାଙ୍କୁ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details