ଓଡିଶା

odisha

ETV Bharat / bharat

ସଂକ୍ରମଣ ଭୟ: ତାମିଲନାଡୁରେ ସ୍କୁଲ ଖୋଲିବା ନେଇ ଦ୍ବନ୍ଦ୍ବରେ ଅଭିଭାବକ - ତାମିଲନାଡୁରେ ସ୍କୁଲ ଖୋଲିବା ପ୍ରସଙ୍ଗ

ତାମିଲନାଡୁ ସରକାର ନଭେମ୍ବର 16 ତାରିଖରୁ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେବା ପରେ ମଧ୍ୟ ଅଭିଭାବକଙ୍କ ମତ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି କହିଥିଲେ । ତେବେ ଏ ସଂପର୍କରେ ଅଭିଭାବକଙ୍କ ଭିନ୍ନ ଭିନ୍ନ ମତ ଆସୁଛି । ଅଧିକ ପଢନ୍ତୁ...

Parents in two minds over opening of school in Tamil Nadu
ତାମିଲନାଡୁରେ ସ୍କୁଲ ଖୋଲିବା ନେଇ ଦ୍ବିପାକ୍ଷିକ ଦ୍ବନ୍ଦ୍ବରେ ଅଭିଭାବକ

By

Published : Nov 10, 2020, 1:29 PM IST

ଚେନ୍ନାଇ: ତାମିଲନାଡୁ କଏମ୍ବାଟୋରର ଅଭିଭାବକମାନେ କୋରୋନା ସମୟରେ ବିଦ୍ୟାଳୟ ଖୋଲିବାକୁ ନେଇ ଦ୍ବନ୍ଦ୍ବରେ ପଡିଯାଇଛନ୍ତି । କିଛି ଅଭିଭାବକ 4ଟି ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାକୁ ଇଚ୍ଛୁକ ଥିବା ବେଳେ ଆଉ କିଛି ଅଭିଭାବକ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାକୁ କହିଥିବା ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ନଭେମ୍ବର 16 ତାରିଖରୁ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ କେବଳ ନବମ ଠାରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବାକୁ ଅନୁମତି ଦେଇଥିଲେ । ତଥାପି ଅଭିଭାବକମାନଙ୍କର ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ସରକାର କହିଥିଲେ । ଏଥିଲାଗି ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ସଂପର୍କରେ ସୋମବାର ଅଭିଭାବକଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ 60 ପ୍ରତିଶତ ଅଭିଭାବକ ଯୋଗ ଦେଇଥିଲେ ।

ତେବେ କିଛି ଅଭିଭାବକ ନବମଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ପାଠ ପଢିବାରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ଆଉ କିଛି ଅଭିଭାବକ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାକୁ କହିଥିଲେ । ଅନ୍ୟପଟେ ଆଉ କିଛି ଅଭିଭାବକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଆଦୌ ଇଚ୍ଛୁକ ନଥିବା ବିଦ୍ୟାଳୟ ଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ବିଭିନ୍ନ ପ୍ରକାର ବିଦ୍ୟାଳୟ ଓ ଏହାର ଅବସ୍ଥିତି ଅନୁସାରେ ଅଭିଭାବକମାନଙ୍କର ବିଦ୍ୟାଳୟ ଖୋଲିବାକୁ ନେଇ ମତ ବଦଳିବ । ସହରାଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ଖୋଲିବା ପାଇଁ 40 ପ୍ରତିଶତ ଅଭିଭାବକ ଇଚ୍ଛୁକ ଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ବିଦ୍ୟାଳୟ ଖୋଲିବାକୁ ଅଧିକାଂଶ ଅଭିଭାବକ ଇଚ୍ଛୁକ ଥିବା ଦେଖିବାକୁ ମିଳିଛି । ସେପଟେ ବେସରକାରୀ ଶିକ୍ଷାନୁଷ୍ଠାନର ଅଧିକାଂଶ ଅଭିଭାବକ ସ୍କୁଲ ଖୋଲିବା ନିମନ୍ତେ ଆଦୌ ଇଚ୍ଛୁକ ନଥିବା ଦେଖିବାକୁ ମିଳିଛି ବୋଲି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଶିକ୍ଷକ ସଙ୍ଗଠନର ଅଧିକାରୀ ଟି. ଅରୁଲାନାନ୍ଥମ କହିଛନ୍ତି ।

ABOUT THE AUTHOR

...view details