ଓଡିଶା

odisha

By

Published : Nov 29, 2021, 10:07 PM IST

Updated : Nov 29, 2021, 10:40 PM IST

ETV Bharat / bharat

ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ବ; Twitter ନୂଆ CEO ହେବେ ପରାଗ ଅଗ୍ରଓ୍ବାଲ

Twitter CEO Jack Dorsey ଦେଲେ ଇସ୍ତଫା । ଭାରତୀୟ ପରାଗ ଅଗ୍ରଓ୍ବାଲ ହେବେ ନୂଆ CEO । ଅଧିକ ପଢନ୍ତୁ

ଇସ୍ତଫା ଦେଇପାରନ୍ତି Twitter CEO Jack Dorsey
ଇସ୍ତଫା ଦେଇପାରନ୍ତି Twitter CEO Jack Dorsey

ନୂଆଦିଲ୍ଲୀ: ବିଶ୍ବର ବହୁଳ ବ୍ୟବହୃତ ତଥା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର(Twitter)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) Jack Dorsey ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ତାଙ୍କ ସ୍ଥାନରେ ଭାରତରେ ଜନ୍ମିତ ପରାଗ ଅଗ୍ରୱାଲ ଟ୍ୱିଟରର ନୂତନ CEO ଭାବେ ଦାୟିତ୍ବ ନେବେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋସିଆଲ ମିଡିଆ କ୍ଷତ୍ରରେ ନିଜ ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରହିବା ଓ ନିଜର ବାର୍ଷିକ ଆୟକୁ ୨୦୨୩ ସୁଦ୍ଧା ଦୁଇ ଗୁଣା କରିବା ପାଇଁ ଟ୍ବିଟର(Twitter) ନୂଆ ରଣନୀତିରେ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି । ଗତକାଲି (ନଭେମ୍ବର 28)ରେ Jack Dorseyଙ୍କର ଶେଷ ଟ୍ବିଟ ସାମ୍ନାକୁ ଆସିଥିଲା । ଏଥିରେ ସେ ଟ୍ବିଟରକୁ ଭଲପାଆନ୍ତି ବୋଲି ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ଆଜି( ସୋମବାର) ସୁଦ୍ଧା Dorseyଙ୍କର ଏହି ଟ୍ବିଟକୁ ପ୍ରାୟ 54,000ରୁ ଅଧିକ ଟ୍ବିଟର ବ୍ୟବହାରକାରୀ ଲାଇକ କରିଥିବା ଦେଖିବାକୁ ମିଳିଛି ।

ଭାରତରେ ଜନ୍ମିତ ପରାଗ ବର୍ତ୍ତମାନ ଆମେରିକାରେ ଟ୍ବିଟରର ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି । IIT ବମ୍ବେରୁ ଅଣ୍ଡର-ଗ୍ରାଜୁଏଟ ଶିକ୍ଷା ସମାପ୍ତ କରିଥିବାବେଳେ ପରବର୍ତ୍ତୀ ସମୟରେ ଆମେରିକାର ଷ୍ଟାନ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରୁ ଟେକ୍ନୋଲୋଜିରେ ଡକ୍ଟରେଟ ଉପାଧୀ ହାସଲ କରିଥିଲେ ପରାଗ ।

୨୦୧୮ ମସିହାରୁ ପରାଗ ଟ୍ବିଟର ମୁଖ୍ୟ ବୈଷୟିକ ଅଧିକାରୀ (Chief Technical Officer) ଭାବେ ଦାୟିତ୍ବରେ ରହିଆସିଛନ୍ତି । ତେବେ Jack Dorsey ଇସ୍ତାଫା ପରେ ତାଙ୍କୁ ଏହି ମୁଖ୍ୟ ଦାୟିତ୍ବକୁ ପଦୋନ୍ନତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2021, 10:40 PM IST

ABOUT THE AUTHOR

...view details