ଅମରାବତୀ: ପରିବେଶରେ ଏଭଳି କିଛି ଗଛ ଅଛନ୍ତି ଯାହା ଶାଖା ବିହୀନ ଅଥବା କମ୍ ଶାଖା ବିଶିଷ୍ଟ ଅଟନ୍ତି । ତନ୍ମଧ୍ୟରୁ ଅମୃତଭଣ୍ଡା ଗଛ ଅନ୍ୟତମ । ଆପଣ ହୁଏତ ଗୋଟିଏ ଅମୃତଭଣ୍ଡା ଗଛରେ ଦୁଇରୁ ଚାରୋଟି ଶାଖା ଥିବାର ଦେଖିଥିବେ । ହେଲେ କେବେ ଏହି ଗଛରେ ୧୫ଟି ଶାଖା ଥିବା ଦେଖିଛନ୍ତି କି ? ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଅନ୍ତର୍ଗତ ଖଣ୍ଡାବାଲ୍ଲୀ ଅନ୍ନାବରପାଦୁ(Annavarappadu) ଜାତୀୟ ରାଜପଥ ମଧ୍ୟରେ ରହିଛି ୧୫ ଶାଖା ବିଶିଷ୍ଟ ଏହି ବିରଳ ଅମୃତଭଣ୍ଡା ଗଛ ।
ଖଣ୍ଡାବାଲି ଗ୍ରାମ ନିକଟର ଜାତୀୟ ରାଜପଥ ସୀମାରେ ଗଛଟି ରହିଛି । ଏହାର ପ୍ରତିଟି ଶାଖାରେ ଅମୃତଭଣ୍ଡା ଲଦି ହୋଇଛି । ଏଥିରେ ମୋଟ ୨୦୦ଟି ଅମୃତଭଣ୍ଡା ଫଳିଛି । ଯାହା ଦେଖଣାହାରୀଙ୍କୁ ତାଜୁବ କରୁଛି । ଏହି ଗଛ ନିକଟରେ ଗ୍ରାମର କୃଷକଙ୍କ ଜମି ରହିଛି । ଯେଉଁଠାରେ ସେମାନେ ବିଭିନ୍ନ ପନିପରିବା ଚାଷ କରନ୍ତି ।