ଓଡିଶା

odisha

ETV Bharat / bharat

ମାନଙ୍କ ମାଷ୍ଟରଷ୍ଟ୍ରୋକ, ପ୍ରଥମ କ୍ୟାବିନେଟରେ ୨୫ହଜାର ନିଯୁକ୍ତିକୁ ଗ୍ରୀନ ସିଗନାଲ - ପ୍ରଥମ କ୍ୟାବିନେଟରେ ପଞ୍ଜାବ ସରକାରଙ୍କ ବଡ ନିଷ୍ପତ୍ତି

ପଞ୍ଜାବରେ ମାନ ସରକାରର ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି । ରାଜ୍ୟରେ ପୂରଣ ହେବ ୨୫ ହଜାର ସରକାରୀ ପଦବୀ । ପୋଲିସ ବିଭାଗରେ ୧୫ ହଜାର ଓ ଅନ୍ୟ ସରକାରୀ ବିଭାଗରେ ୨୫ ହଜାର ପଦବି ପୂରଣ କରିବା ନିଷ୍ପତ୍ତିକୁ କ୍ୟାବିନେଟ ମଞ୍ଜୁରୀ । ମାସେ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା । ଅଧିକ ପଢନ୍ତୁ

୨୫ହଜାର ନିଯୁକ୍ତିକୁ ଗ୍ରୀନ ସିଗନାଲ
ପ୍ରଥମ କ୍ୟାବିନେଟରେ ମାନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ, ମିଳିବ ୨୫ ହଜାର ଚାକିରୀ

By

Published : Mar 19, 2022, 5:40 PM IST

ଚଣ୍ଡିଗଡ଼: ପଞ୍ଜାବରେ ନବଗଠିତ ମାନ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ଗ୍ରହଣ ହୋଇଛି । ଆଜି (ଶନିବାର) ପ୍ରଥମ କ୍ୟାବିନେଟ ବୈଠକ ବସିଥିବା ବେଳେ ଏଥିରେ ନିଯୁକ୍ତି ପ୍ରସଙ୍ଗରେ ବଡ ଘୋଷଣା କରିଛନ୍ତି ମାନ ସରକାର । ରାଜ୍ୟରେ ଯୁବକମାନଙ୍କୁ 25 ହଜାର ଚାକିରୀ ଯୋଗାଇ ଦିଆଯିବ । ଏଥିମଧ୍ୟରୁ 10,000 ଚାକିରୀ କେବଳ ପୋଲିସ ବିଭାଗରେ ମିଳିବାକୁ ଥିବାବେଳେ ଅବଶିଷ୍ଟ ୧୫ ହଜାର ପଦିବୀ ଅନ୍ୟ ସରକାରୀ ବିଭାଗରେ ଯୋଗାଇ ଦିଆଯିବା ନିଷ୍ପତ୍ତିକୁ କ୍ୟାବିନେଟ ମଞ୍ଜୁରୀ ମିିଳିଛି ।

ପ୍ରଥମ କ୍ୟାବିନେଟରେ ମାନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ, ମିଳିବ ୨୫ ହଜାର ଚାକିରୀ

ଏହି ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଆସନ୍ତା ଏକ ମାସ ମଧ୍ୟରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏପରି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପଞ୍ଜାବରେ ବେକାରୀ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ ଏବଂ ଏହାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯିବା ଆବଶ୍ୟକତା ରହିଛି । ତାଙ୍କ ସରକାର ଏହି ଦିଗରେ ପ୍ରଭାବୀ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ନିଷ୍ପତ୍ତି ସେଥିମଧ୍ୟରୁ ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ମାନ କହିଛନ୍ତି, ଯେ ଏହି ଚାକିରୀ ପାଇଁ ବିଜ୍ଞାପନ ଏକ ମାସ ମଧ୍ୟରେ ଜାରି କରିବେ ସରକାର । କେବଳ ଡିଗ୍ରୀ ଆଧାରରେ ଚାକିରୀ ଦିଆଯିବା ସହ ପ୍ରକ୍ରିୟାରେ କୌଣସି ଭେଦଭାବ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ନିର୍ବାଚନ ସମୟରେ ପଞ୍ଜାବବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଯାଉଛନ୍ତି ।

ତେବେ ଆଜି AAPର ୧୦ ବିଧାୟକ ଶପଥ ନେବା ସହ ଆଜି ନବଗଠିତ ମାନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ ସରକାର କିଛି ବଡ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିବାବେଳେ ଅନୁମାନକୁ ସତ୍ୟ ପ୍ରମାଣିତ କରି ନିଯୁକ୍ତି ପ୍ରଦାନ ଓ ବେକାରୀ ହ୍ରାସ କରିବା ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ମାନ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details