ଓଡିଶା

odisha

ETV Bharat / bharat

ଅହମ୍ମଦାବାଦ-ଦିଲ୍ଲୀ ବିମାନରେ ବୋମା ଆତଙ୍କ - ବୋମା ଆତଙ୍କ

ଅହମ୍ମଦାବାଦ-ଦିଲ୍ଲୀ ବିମାନରେ ବୋମା ଥିବା ନେଇ ପୋଲିସକୁ ଆସିଲା କଲ। ବିମାନ ବନ୍ଦରରେ ଖେଳିଗଲା ଆତଙ୍କ। ଅଧିକ ପଢନ୍ତୁ

Panic at Ahmedabad airport after hoax bomb call
Panic at Ahmedabad airport after hoax bomb call

By

Published : Feb 1, 2023, 7:30 AM IST

ଗାନ୍ଧୀନଗର:ବିମାନରେ ବୋମା ଆତଙ୍କ। ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ଥିବା ବିମାନରେ ବୋମା ଥିବା ଗୁଜବ । ମଙ୍ଗଳବାର ଅହମ୍ମଦାବାଦ ପୋଲିସକୁ ଏଭଳି ସୂଚନା ମିଳିପାରେ ବିମାନ ବନ୍ଦରରେ ଆତଙ୍କ ଖେଳାଯାଇଥିଲା । ସର୍ଚ୍ଚ ଅପରେସନ ପରେ ଏହା ଏକ ଫେକ୍‌ କଲ୍‌ ହୋଇଥିବା ଜଣାପଡିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅହମ୍ମଦାବାଦ ଏୟାରପୋର୍ଟରେ ସନ୍ଧ୍ୟା 5ଟା 20 ମିନିଟ ସମୟରେ ଦିଲ୍ଲୀକୁ ଏକ ବିମାନ ଉଡାଣ ହେବାକୁ ଥିଲା । ଏହା ପୂର୍ବରୁ ଅହମ୍ମଦାବାଦ ପୋଲିସକୁ କଲ ଆସିଥିଲା ଯେ, ବିମାନରେ ବୋମା ରହିଛି । ଏହାପରେ ପରେ ବିମାନରେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ବୋମା ମିଳିନଥିଲା । ପରେ ଏହା ଏକ ଫେକ କଲ ବୋଲି ଜଣାପଡିଥିଲା । ତେବେ ଯେଉଁ ବ୍ୟକ୍ତି ଏପରି କଲ୍‌ କରି ମିଛ ତଥ୍ୟ ଦେଇଛନ୍ତି ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅହମ୍ମଦାବାଦ ପୋଲିସ କହିଛି ।

ତେବେ ବିମାନରେ ବୋମା ନଥିବା ଅନୁସନ୍ଧାନରୁ ଜଣାପଡିବା ପରେ ସମସ୍ତ ଯାତ୍ରୀ ପୁନଃ ବିମାନ ଉପରେ ଚଢ଼ିଥିଲେ । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ବୋମା ଥିବା ଭୟରେ ଯାତ୍ରା କରିବାକୁ ମନା କରିଦେଇଥିଲେ । ବିମାନ ବନ୍ଦର ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ବୋମା ବିସ୍ଫୋରଣ ଭୟରେ ଯାତ୍ରା ନକରିବାକୁ କହିଥିଲେ । କିଛିଦିନ ପୂର୍ବରୁ ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ଅଜୁର ଏୟାରର ବିମାନରେ ବୋମା ଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏହାପରେ ବିମାନର ଦିଗକୁ ପରିବର୍ତ୍ତନ କରାଯାଇ ଏହାକୁ ଉଜବେକିସ୍ତାନରେ ଅବତରଣ କରାଯାଇଥିଲା । ବିମାନରେ ୨ ଜଣ ଶିଶୁ ଓ 7 ଜଣ କ୍ରୁଙ୍କ ସମେତ ମୋଟ 238 ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ-Inspiring Stroy: ମହିଳାଙ୍କ ମହତ କାର୍ଯ୍ୟ, ସ୍ତନ୍ୟପାନ କରାଇ ଭୋକିଲା ନବଜାତଙ୍କ ମେଣ୍ଟାଉଛନ୍ତି ଭୋକ

ସୂଚନା ମୁତାବକ, 240 ଯାତ୍ରୀଙ୍କୁ ନେଇ ଅଜୁର ଏୟାର ବିମାନ ମସ୍କୋରୁ ଗୋଆ ଅଭିମୁଖେ ଉଡାଣ ଭରିଥିଲା । ଜାନୁଆରୀ 21 ତାରିଖ ଦିନ 4ଟା 15 ମିନିଟ୍ ସମୟରେ ସାଉଥ ଗୋଆ ସ୍ଥିତ ଦାବୋଲିନ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ବିମାନଟି ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ସୂଚନା ମିଳିଥିଲା । ରାତି ପ୍ରାୟ ସାଢେ 12ଟା ସମୟରେ ଦୋବାଲିନ ଏୟାରପୋର୍ଟକୁ ବୋମା ସମ୍ପର୍କରେ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ।

ABOUT THE AUTHOR

...view details