ଓଡିଶା

odisha

ETV Bharat / bharat

B20 Summit: ବିଜନେସ ଲିଡର୍ସଙ୍କୁ ମୋଦିଙ୍କ ମନ୍ତ୍ର, କହିଲେ ଆର୍ଥିକ ବିକାଶକୁ ଦିଗ ଦେବ ଭାରତ - ବି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

B20 ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେନେସ ଲିଡର୍ସଙ୍କୁ ଗୁରୁମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆର୍ଥିକ ବିକାଶକୁ ଦିଗ ଦେବ ଭାରତ । ଅଧିକ ପଢନ୍ତୁ

ବିଜନେସ ଲିଡର୍ସଙ୍କୁ ମୋଦିଙ୍କ ମନ୍ତ୍ର
pm modi at B20 Business Summit

By ETV Bharat Odisha Team

Published : Aug 27, 2023, 1:35 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ସେଲିବ୍ରେସନ ମାହୋଲ ରହିଛି । ଚଳିତ ବର୍ଷ ଅଗଷ୍ଟ 23ରୁ ପାର୍ବଣ ଋତୁ ଆରମ୍ଭ ହୋଇଛି । ଆଗୁଆ ପାର୍ବଣ ଋତୁ ପାଳନ ହୋଇଛି । ଏହି ପାର୍ବଣ ଋତୁ ସମାଜ ଓ ବିଜନେସ ସେଲିବ୍ରେଟ କରିଛନ୍ତି । ଚନ୍ଦ୍ରରେ ଚନ୍ଦ୍ରଯାନ ପହଞ୍ଚିବା ହେଉଛି ଏହି ସେଲିବ୍ରେସନର କାରଣ । ଭାରତର ଲୁନାର ମିଶନ ସଫଳତା ପଛରେ ସ୍ପେସ ଏଜେନ୍ସିଂର ବଡ ଭୂମିକା ରହିଛି ଏହା ସହିତ ଭାରତର ଇଣ୍ଡଷ୍ଟ୍ରିର ସହଯୋଗ କରିଛି । ଅନେକ ପ୍ରାଇଭେଟ କମ୍ପାନୀ, ଏମଏସମି ଚନ୍ଦ୍ରଯାନ-3ରେ ଲାଗିଥିବା ଉପକରଣକୁ ଧାର୍ଯ୍ୟ ସମୟରେ ଉପଲବ୍ଧ କରାଇଛନ୍ତି । ଏହା ସାଇନ୍ସ ଓ ଇଣ୍ଡଷ୍ଟ୍ରି ଦୁହିଁଙ୍କର ସଫଳତା । ଆର୍ଥିକ ବିକାଶକୁ ଦିଗ ଦେବ ଭାରତ । ବି20 ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଜନେସ ଲିଡର୍ସଙ୍କୁ ମୋଦିଙ୍କ ଗୁରୁମନ୍ତ୍ର:ବି20 ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ବିଜନେସ ଲିଡର୍ସଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏକ ଲାଭଦାୟକ ମାର୍କେଟ ସେତେବେଳେ ହେବ ଯେବେ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସମାନତା ରହିବ । ଅନ୍ୟଦେଶକୁ ବଜାରୀକରଣ ପାଇଁ ବ୍ୟବହାର କରିବା କଦାପ କାମ କରିବ ନାହିଁ । ଏହା ଉତ୍ପାଦର କମ୍ପାନୀକୁ କ୍ଷତି ପହଞ୍ଚାଇବ । ସମସ୍ତଙ୍କୁ ସମାନ ସହଭାଗିତା କରିବା ଅଗ୍ରଗତିର ଏକ ମାର୍ଗ । ବ୍ୟବସାୟକୁ କିପରି ଗ୍ରାହକ କେନ୍ଦ୍ରୀୟ କରି ଦେବ ସେ ଦିଗରେ ସମସ୍ତଙ୍କୁ ଚିନ୍ତା କରିବାକୁ ହେବ । ବ୍ୟବସାୟୀମାନେ କେବଳ ଉପଭୋକ୍ତା ଅଧିକାର ଦିବସ ପାଳନ କରିବା ପରିବର୍ତ୍ତେ ଗ୍ରାହକଙ୍କ କେୟାର ଉପରେ ଅଧିକ ଫୋକସ କରିବା ଆବଶ୍ୟକ ।''

ଶିକ୍ଷା ଦେଇଛି ସଙ୍କଟ:କୁହାଯାଏ କୌଣସି ବଡ ସଙ୍କଟ ଆସେ ସେ କିଛି ନା କିଛି ଶିକ୍ଷା ଦେଇଥାଏ । 2 -3 ବର୍ଷ ତଳେ ଦୁନିଆରେ ସବୁଠୁ ବଡ ମହାମାରୀର ସାମ୍ନା କରିବାକୁ ପଡିଛି । ଏହି ସଙ୍କଟ ଦୁନିଆର ସବୁ ଦେଶ, ସମାଜ, ପ୍ରତି ବିଜନେସ ହାଉସ, କର୍ପୋରେଟ ଏନଟିଡିକୁ ଶିକ୍ଷା ଦେଇଛି । ତାହା ହେଉଛି ଆମକୁ ଏବେ ଯେଉଁ ଜିନିଷ ଉପରେ ଅଧିକ ବିନିଯୋଗ କରିବାର ଅଛି ତାହା ହେଉଛି ପରସ୍ପର ବୁଝାମଣା, ବିଶ୍ବାସ । କୋରୋନା କାଳରେ ଭାରତ ସମ୍ବେଦନତାର ସହିତ ବିଶ୍ବାସର ପତାକା ନେଇ ଛିଡା ହୋଇଛି । ଭାରତ ଦୁନିଆକୁ ବିଶ୍ବାସ ଦେଇଛି । କୋରୋନା ସମୟରେ 150 ଦେଶକୁ ମେଡିସିନ ଯୋଗାଇଛି । କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି । ଭାରତରେ ଗଣତାନ୍ତ୍ରିକ ମୂଲ୍ୟ ହେବାକୁ ଥିବା ଜି20 ସମ୍ମିଳନୀରେ ଦେଖିବାକୁ ମିଳିଛି । ଭାରତ ସହିତ ସମସ୍ତ ବ୍ୟବସାୟୀଙ୍କ ସହଭାଗୀତା ଗୁରୁତ୍ବପୂର୍ଣ୍ଣ । ଭାରତ ଇଣ୍ଡଷ୍ଟ୍ରିରେ ଡିଜିଟାଲ ବିପ୍ଳବର ଚେହେରା ହୋଇଛି । ବ୍ୟବସାୟର ସମସ୍ତ ସମସ୍ୟାର ସମାଧାନ ଭାରତ । ବିଶ୍ବାସ ଗ୍ଲୋବାଲ ଚେନ ନିର୍ମାଣରେ ଭାରତର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

B20 ସମ୍ମିଳନୀ କଣ ? ବି20 ବା ବିଜନେସ 20 ଜି20ର ଏକ ଅଂଶ । ଯାହା ବୈଶ୍ବିକ ବ୍ୟବସାୟ ସମୂଦାୟର ପ୍ରତିନିଧିତ୍ବ କରିଥାଏ । ଏହାକୁ 2010ରେ ସ୍ଥାପିତ କରାଯାଇଥିଲା । ଆସନ୍ତା ମାସରେ ଜି-20 ସମ୍ମିଳନୀ ଦିଲ୍ଲୀରେ ଅନୁଷ୍ଠିତ ହେବ । ବି20 ସମ୍ମିଳନୀ ଭାରତର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖର କହିଛନ୍ତି ସମସ୍ତ ବ୍ୟବସାୟୀଙ୍କ ଦାୟିତ୍ବ, ତ୍ବରିତ, ନୂତନ, ସ୍ଥାୟୀ ଏବଂ ସମାନ ସୁବିଧା ସୁଯୋଗ ସୁନିଶ୍ଚିନ୍ତ କରିବା ବି-20ର ବିଷୟବସ୍ତୁ ରହିଛି ।

ABOUT THE AUTHOR

...view details