ନୂଆଦିଲ୍ଲୀ: ବଢିଲା ପ୍ୟାନ-ଆଧାର ଲିଙ୍କର ସମୟ ସୀମା । ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରିଛି ଆୟକର ବିଭାଗ । ଏନେଇ ସିବିଡିଏ ଏକ ପ୍ରେସ ବିବୃତ୍ତି ଜାରି କରି ସୂଚନା ଦେଇଛି । ଏହା ପୂର୍ବରୁ ପ୍ୟାନ-ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦, ୨୦୨୧ ପର୍ଯ୍ୟନ୍ତ ରଖାଯାଇଥିଲା । ଏବେ ଏହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପୁଣି ବଢିଲା ପ୍ୟାନ-ଆଧାର ଲିଙ୍କର ସମୟ ସୀମା - ସିବିଡିଏ
ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢିଲା ପ୍ୟାନ-ଆଧାର ଲିଙ୍କର ସମୟ ସୀମା । ଅଧିକ ପଢନ୍ତୁ...
ତେବେ ଏବା ପୂର୍ବରୁ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପ୍ୟାନ-ଆଧାର ଲିଙ୍କ ଅବଧିକୁ ୩ ମାସ ପାଇଁ ବୃଦ୍ଧି କରିଥିଲେ । ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲିଙ୍କ ନ କରନ୍ତି ତେବେ 1000 ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ମଧ୍ୟ କୁହାଯାଇଥିଲା। ଏଣୁ ଟିକସଦାତାଙ୍କୁ ଶୀଘ୍ର ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା । ଯଦି ପ୍ୟାନକୁ ଆଧାର ସହ ଶୀଘ୍ର ଲିଙ୍କ ନ କରାଯାଏ ତେବେ ଆପଣଙ୍କ ପ୍ୟାନ କାର୍ଡ ଆଉ କାର୍ଯ୍ୟକାରୀ ହେବ ନାହିଁ । ଯାହା ଫଳରେ ଏହି କାର୍ଡରୁ କୌଣସି ଫାଇନାନ୍ସ ଟ୍ରାଞ୍ଜାକ୍ସନ ହୋଇପାରିବ ନାହିଁ ।
ତେବେ ଆଜିର ଦିନରେ ଆଧାରକାର୍ଡ ଓ ପ୍ୟାନକାର୍ଡ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ସମସ୍ତ ପ୍ରକାର ଆର୍ଥିକ କାର୍ଯ୍ୟ ପାଇଁ ପ୍ୟାନକାର୍ଡ ରହିବା ବାଧ୍ୟତାମୂଳକ । ଏନେଇ ଆୟକର ବିଭାଗ ପ୍ୟାନକୁ ଆଧାରକାର୍ଡ ସହ ଲିଙ୍କ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।