ନୂଆଦିଲ୍ଲୀ: ଭାରତରେ ଆକ୍ରମଣ କରିବାକୁ ବଡ ଧରଣର ଷଡଯନ୍ତ୍ର କରୁଛି ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ(ISI) । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳୱେ ଟ୍ରାକ୍କୁ ଉଡାଇବା ପାଇଁ ପାକିସ୍ତାନ ଯୋଜନା କରୁଥିବା ନେଇ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏକ ଇଣ୍ଟେଲିଜେନ୍ସ ଆଲର୍ଟ ୱାର୍ଣ୍ଣିଂ (Intelligence alert warning) ଜାରି କରିଛି । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ଥିବା ରେଳ ଟ୍ରାକରେ ବିସ୍ଫୋରଣ କରିବାକୁ ଆଇଏସ୍ଆଇ ଅପରେଟିଭ୍ ଯୋଜନା କରିଛି ବୋଲି ଆଲର୍ଟରେ କୁହାଯାଇଛି ।
ପାକିସ୍ଥାନ ISI ଟାର୍ଗେଟ୍ରେ ଭାରତୀୟ ରେଲଓ୍ବେ ଟ୍ରାକ୍: Intelligence Alert - ପାକିସ୍ତାନ ରେଳ ଟ୍ରାକ ଷଡଯନ୍ତ୍ର
ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍କୁ (Railway Tracks) ଉଡାଇବା ପାଇଁ ଯୋଜନା କରୁଛି ପାକିସ୍ତାନ । ଅଧିକ ପଢନ୍ତୁ
ଭାରତର ରେଲଓ୍ବେ ଟ୍ରାକ ଉଡାଇବାକୁ ଷଡଯନ୍ତ୍ର କରୁଛି ISI
ଭାରତର ଇଣ୍ଟେଲିଜେନ୍ସ ଏଜେନ୍ସି ଏନେଇ କହିଛି ଯେ, ମାଲବାହୀ ଟ୍ରେନକୁ ଧକ୍କା ଦେବା ପାଇଁ ରେଳ ଟ୍ରାକ୍କୁ ଉଡାଇବା ପାଇଁ ଯୋଜନା କରାଯାଉଛି ।ରେଳବାଇ ଟ୍ରାକକୁ ଟାର୍ଗେଟ କରିବାକୁ ଆଇଏସଆଇ ଭାରତରେ ଏହାର ଅପରେଟିଭମାନଙ୍କୁ ବହୁ ପରିମାଣରେ ଅର୍ଥ ପ୍ରଦାନ କରୁଛି । ଭାରତରେ ଉପସ୍ଥିତ ଥିବା ପାକିସ୍ତାନର ସ୍ଲିପରସେଲ୍ଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଅଧିକ ପରିମାଣର ଅର୍ଥ ଦିଆଯାଉଛି ।