ଓଡିଶା

odisha

ETV Bharat / bharat

ସୀମା ପାର ପ୍ରେମ: ପ୍ରେମିକଙ୍କ ପାଇଁ ଭାରତ ଆସିଲେ ପାକିସ୍ତାନୀ ଯୁବତୀ - ପାକିସ୍ତାନୀ ଯୁବତୀ ଜବରିୟା ଖାନ

ଭାରତୀୟ ପ୍ରେମିକଙ୍କୁ ଭେଟିବା ଲାଗି ଭାରତ ଆସିଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଅଧିକ ପଢନ୍ତୁ

Pakistani woman arrives in India
Pakistani woman arrives in India

By ETV Bharat Odisha Team

Published : Dec 5, 2023, 9:43 PM IST

ଚଣ୍ଡିଗଡ଼: ପୁଣି ସାମ୍ନାକୁ ଆସିଲା ଆଉ ଏକ ସୀମା ପାର ପ୍ରେମ ଖବର । ୫ ବର୍ଷ ଧରି ସମ୍ପର୍କରେ ଥିବା ଭାରତୀୟ ପ୍ରେମିକଙ୍କୁ ଭେଟିବା ଲାଗି ଭାରତ ଆସିଲେ ପାକିସ୍ତାନୀ ଯୁବତୀ । ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଏହାପରେ ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଆଜି (ମଙ୍ଗଳବାର) ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି । ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ଭାବି ସ୍ବାମୀ ତଥା ପ୍ରେମିକ ସମୀର ଖାନ ଓ ଶ୍ବଶୁର ଅହମ୍ମଦ ଖାନ ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ମାସରେ ଜବରିୟା ଓ ସମୀରଙ୍କ ବିବାହ କୋଲକାତାରେ ଧୁମଧାମରେ ଅନୁଷ୍ଠିତ ହେବ ବୋଲି ଉଭୟ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଉଭୟ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ବାଲେଶ୍ବରରେ ବାଂଲାଦେଶୀ ଯୁବତୀ, ପ୍ରେମ ପାଇଁ କଲେ ସୀମା ପାର

ଭାରତ ପହଞ୍ଚିବା ପରେ ପାକିସ୍ତାନୀ ଯୁବତୀ ଜବରିୟା ଖାନ କହିଛନ୍ତି, "ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଥିଲୁ । ଶେଷରେ ଆଲ୍ଲା ମୋ ଦୁଆଁ କୁବୁଲ କରିଛନ୍ତି । ମୁଁ ବହୁତ ଖୁସି ଅଛି । ମୁଁ ଭାରତରେ ଅଛି ବୋଲି ମୋର ବିଶ୍ବାସ ହେଉନାହିଁ । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଏ ନେଇ ପାକିସ୍ତାନରେ ମୋର ପରିବାର ବେଶ ଖୁସି ଅଛନ୍ତି ।"

ଏହା ବି ପଢନ୍ତୁ- Cross-Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍‌ ଇଣ୍ଡିଆ

ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।" କିଛି ସାମାଜିକ କର୍ମୀ ଓ ସମ୍ବାଦଦାତା ମକବୁଲ ଅହମ୍ମଦ ବସିଙ୍କ ଯୋଗୁଁ ଜବରିୟାଙ୍କୁ ଭିସା ମିଳିପାରିଛି ବୋଲି କହିଛନ୍ତି ସମୀର । ଏହାଦ୍ବାରା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ସମୀର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details