ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଭାଗ ନେଇଥିବା ପାକିସ୍ତାନ ନାଗରିକ ଗିରଫ । ଉତ୍ତରପ୍ରଦେଶର ଗଡାଉ ଗ୍ରାମପଞ୍ଚାୟତର କାମଚଳା ସରପଞ୍ଚ ଦାୟିତ୍ବରେ ଥିବା ପାକିସ୍ତାନ ନାଗରିକ ବାନୋ ବେଗମ୍ ଗିରଫ । ଚଳିତ ବର୍ଷ ଜାନୁୟାରୀ 1 ରେ ଜଲେସର ପୋଲିସ୍ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ପରେ ଫେରାର ହୋଇଯାଇଥିଲେ ।
ଗ୍ରାମବାସୀଙ୍କ ଅଭିଯୋଗ ପରେ ବାନୋ ବେଗମ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସେ ପାକିସ୍ତାନୀ ନାଗରିକ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ପ୍ରତଦ୍ବନ୍ଦିତା କରିଥିଲେ । ନିର୍ବାଚିତ ପଞ୍ଚାୟତ ପ୍ରଧାନଙ୍କ ମୃତ୍ୟୁ ପରେ ସେ କାମଚଳା ପଞ୍ଚାୟତ ମୁଖିଆ ହୋଇଥିଲେ ।